ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଦୁଇ ବନ୍ଧୁଙ୍କ ଅସାଧାରଣ କାମ, ନିର୍ମାଣ କଲେ ୨୫ ଫୁଟର ଚଳନ୍ତା ବାଇସାଇକେଲ

ନୂଆଦିଲ୍ଲୀ ୧୬/୦୬: ଫ୍ରାନ୍ସରେ ଦୁଇ ବନ୍ଧୁ ଏକସଙ୍ଗେ ଏକ ଅସାଧାରଣ କାମ କରିଛନ୍ତି । ଏଥିପାଇଁ ସମ୍ମାନିତ ମଧ୍ୟ ହୋଇଛନ୍ତି । ନିକୋଲାସ ବାରିଓଜ ଓ ଡେଭିଡ୍‌ ପେରୋ ବିଶ୍ୱର ସର୍ବୋଚ୍ଚ ଚଳନ୍ତା ବାଇସାଇକେଲ ନିର୍ମାଣ କରିଛନ୍ତି । ଏଥିପାଇଁ ଉଭୟ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ ଦ୍ୱାରା ସମ୍ମାନିତ ହୋଇଛନ୍ତି । ସେମାନେ ଏହି ବାଇସାଇକେଲର ନାମ ଦେଇଛନ୍ତି ‘ଷ୍ଟାର୍‌ବାଇକ୍‌’ । ଏହାର ଉଚ୍ଚତା ୨୫.୫ ଫୁଟ । ପୂର୍ବର ସମସ୍ତ ରେକର୍ଡ ଏହା ଭାଙ୍ଗିଛି । 

ଦୁଇ ବନ୍ଧୁ ଏକ ପବ୍‌ରେ ବସି କଥା ହେବା ସମୟରେ ଷ୍ଟାର୍‌ବାଇକ୍‌ ନିର୍ମାଣ ବିଚାର ସେମାନଙ୍କ ମନକୁ ଆସିଲା । ତା’ପରେ ସେମାନେ ଏହାକୁ ବାସ୍ତବତାର ରୂପ ଦେବାକୁ ନିଷ୍ପତ୍ତି ନେଲେ । ପୂର୍ଣ୍ଣ ସମର୍ପଣଭାବ ସହିତ କାମ ଆରମ୍ଭ କଲେ । ସାଇକେଲ ନିର୍ମାଣରେ ତାଙ୍କର ୨ ବର୍ଷ ବିତିଗଲା । ଶେଷରେ ବିଶ୍ୱର ସର୍ବୋଚ୍ଚ ଚଳନ୍ତା ବାଇସାଇକେଲ ନିର୍ମାଣର ଶ୍ରେୟ ଉଭୟଙ୍କୁ ମିଳିଲା । ସାଇକେଲରେ ଲାଗିଥିବା ଟାୟାରକୁ ମିଶେଲିନ୍‌ କମ୍ପାନି ମାଗଣା ପ୍ରଦାନ କରିଛି । କ୍ଲେରମଣ୍ଟ୍‌-ଫରାଣ୍ଡ୍‌ଠାରେ ଅବସ୍ଥିତ ମିଶେଲିନ୍‌ର ମୁଖ୍ୟାଳୟରେ ଡେଭିଡ୍‌ ଓ ନିକୋଲାସ ସାଇକେଲର ଉନ୍ମୋଚନ କରିଥିଲେ । 

ଗିନିଜ୍‌ ପକ୍ଷରୁ ସର୍ବୋଚ୍ଚ ସାଇକେଲର ଏକ ଭିଡିଓ ଶେୟାର କରାଯାଇଛି । ଏଥିରେ ଡେଭିଡ୍‌ ବିଶ୍ୱର ସର୍ବୋଚ୍ଚ ବାଇସାଇକେଲ ଟାଇଟଲ ହାସଲ କରିବା ଲାଗି କାହାର ସାହାଯ୍ୟ ବିନା ଏଥିରେ ୧୦୦ ମିଟରରୁ ଅଧିକ ଦୂର ଯାତ୍ରା କରିଥିଲେ । ତାହା ଘଣ୍ଟା ପ୍ରତି ୧୫-୨୦ କିମି ବେଗରେ ଗତି କରିଥିଲା । ଆଲଏ, ଷ୍ଟିଲ୍‌ ଓ ଅଧିକାଂଶ ପୁନଃଚକ୍ରଣ ଆସବାବପତ୍ରରୁ ନିଆଯାଇଥିବା କାଠରେ ସାଇକେଲ ନିର୍ମିତ ହୋଇଛି । ନିକୋଲାସ ଓ ଡେଭିଡ୍‌ ଏବେ ବିଶ୍ୱର ସବୁଠୁ ଛୋଟ ଚଳନ୍ତା ବାଇସାଇକେଲ ନିର୍ମାଣ କରି ଆଉ ଏକ ବିଶ୍ୱ ରେକର୍ଡ ଲାଗି ବିଚାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.