ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

୨୭ ବର୍ଷ ପରେ କେନ୍ଦୁଝରରେ ରାତ୍ରିଯାପନ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପୂର୍ବରୁ ରାତି କାଟିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ

କେନ୍ଦୁଝର ୨୪/୦୬: କେନ୍ଦୁଝର ସହରରେ ୨୭ ବର୍ଷ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ସଦର ମହକୁମାରେ ରାତ୍ରୀଯାପନ  କରିଥିବା ସୂଚନା ମିଳିଛି। ପୂର୍ବରୁ କଂଗ୍ରେସ ସରକାର କ୍ଷମତାରେ  ଥିବା ବେଳେ  ୧୯୯୭ ମସିହାରେ  ତେଲକୋଇରେ ଏକ ଜିଲ୍ଲା ପରିଷଦ  ନିର୍ବାଚନ ପାଇଁ ପ୍ରଚାର ଆସିଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ  ଜାନକୀ ବଲ୍ଲଭ  ପଟ୍ଟନାୟକ ସାନଘାଗରା  ଜଙ୍ଗଲ ବିଭାଗ ଅତିଥି  ଭବନରେ ରହିଥିଲେ । ଏହାପୂର୍ବରୁ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୯୨  ମସିହାରେ ଏକ ସରକାରୀ  କାର୍ଯ୍ୟକ୍ରମରେ କେନ୍ଦୁଝର ସର୍କିଟ  ହାଉସରେ ରାତ୍ରିଯାପନ କରିଥିଲେ । ଏବେ ଏହି ୨ ଲୋକପ୍ରିୟ  ମୁଖ୍ୟମନ୍ତ୍ରୀ ପରେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ କେନ୍ଦୁଝରରେ ରାତ୍ରିଯାପନ କରିଛନ୍ତି ।    

ଲୋକପ୍ରିୟତାରେ ମୋହନ ଢ଼େର୍‌ ଆଗରେ ରହିଥିବା  ଚର୍ଚ୍ଚା ହେଉଛି । ଅତି ସାଧାରଣ ସ୍ତରରୁ ମୁଖ୍ୟମନ୍ତ୍ରୀ  ଆସନରେ ବସିଥିବା ଶ୍ରୀ ମାଝୀ ଲୋକ ସମ୍ପର୍କକୁ ଅଧିକ  ଗୁରୁତ୍ୱ ଦେଉଛନ୍ତି । ଯେତେ ବ୍ୟସ୍ତ ରହିଥିଲେ ମଧ୍ୟ  ତାଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିବା ସାଧାରଣ ଜନତାଙ୍କୁ ଭେଟିବା ଓ ଅଭିଯୋଗପତ୍ର ଗ୍ରହଣ କରି  ହସିକରି ଦୁଇପଦ କଥା ହେଉଥିବାରୁ ବିଜୁ ବାବୁଙ୍କ  ପରେ ତାଙ୍କ ନାମ ରହିବ ବୋଲି ସବୁଠି ଚର୍ଚ୍ଚା ହେଉଛି ।  ରବିବାର ସେ କେନ୍ଦୁଝର ସର୍କିଟ୍‌ ହାଉସକୁ ଦିନ ପ୍ରାୟ  ଅଢ଼େଇଟାରେ ପହଞ୍ଚିବା ସମୟରେ ଭୋକ ଲାଗୁଥିଲେ  ମଧ୍ୟ ପ୍ରୋଟକୋଲ୍‌କୁ ଭାଙ୍ଗି ଲୋକଙ୍କୁ ଭେଟି ହାତ  ମିଳାଇବା ଓ ଫୋଟ ଉଠାଇବା ଘଟଣା ମୁଖ୍ୟମନ୍ତ୍ରୀ  ମୋହନଙ୍କୁ ଅଧିକ ଲୋକପ୍ରିୟ କରିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.