ଭଦ୍ରକ, ୨୭/୯ : ଭଦ୍ରକ ସଣ୍ଠିଆରେ ଉତ୍ତେଜନା ପରେ ୧୬୩ଜାରି କଲା ପ୍ରଶାସନ । ତୁରୁନ୍ତ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ସେହିଭଳି ଭାବେ ପୁରୁଣା ବଜାରକୁ ଅନିର୍ଦ୍ଦଷ୍ଟ କାଳ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଘଟଣାସ୍ଥଳରେ ୬ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।
ପ୍ରକାଶ ଯେ, ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ସଣ୍ଠିଆ ନିକଟରେ ଉତ୍ତେଜନା ଦେଖାଦେଇଥିଲେ । ଏଥିରେ ପୋଲିସ ଉପରକୁ ଉତ୍ତ୍ୟକ୍ତ ଲୋକ ପଥରମାଡ଼ କରିଥିଲେ । ଫଳରେ ପଥରମାଡ଼ରେ ଭଦ୍ରକ ଟାଉନ ଥାନା ଏସଆଇ ଗୁରୁତର ହୋଇଛନ୍ତି । ତହସିଲଦାରଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ରାସ୍ତାରେ ପୋଡ଼ା ଜଳା କରି ପ୍ରତିବାଦ କରିଥିଲେ ଲୋକେ । ଫେସବୁକରେ ଆପତ୍ତିଜନକ ପୋଷ୍ଟକୁ ନେଇ ଏହି ଉତ୍ତେଜନା ହୋଇଥିବା ସନ୍ଦେହ କରାଯାଉଛି ।