କଟକ, ୨୭/୯ : ଭରତପୁର ଥାନା ବିବାଦ ମାମଲାରେ ଆଜି ଏକ ଟୁଇଷ୍ଟ ଆସିଛି । କ୍ୟାପଟେନଙ୍କ ବାନ୍ଧବୀ ଅଦାଲତ ଅବମାନନା କରିଥିବା ଅଭିଯୋଗ ନେଇ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଜଣେ ନିଲମ୍ବିତ ମହିଳା ପୁଲିସ ଅଧିକାରୀଙ୍କ ମା । ସେ ଅଭିଯୋଗ କରିଛନ୍ତି ଯେ, ପୀଡିତା ଏବଂ କ୍ୟାପଟେନଙ୍କ ପରିଚୟ ଗୋପନ ରଖିବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଥିଲେ । କିନ୍ତୁ ପୀଡିତା ଜଣକ ନିକଟରେ ଏକ ୱେବ ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି, ଏବଂ ଘଟଣା ଦିନ ଭରତପୁର ଥାନାରେ କାର୍ଯ୍ୟରତ ଥିବା ମହିଳା ପୁଲିସ କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଯଦ୍ୱାରା ମହିଳା ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କର ସମ୍ମାନହାନୀ ହୋଇଛି।
ତେଣୁ ହାଇକୋର୍ଟ ନିଜଆଡୁ ଯେଉଁ ମାମଲା ରୁଜୁ କରିଛନ୍ତି, ଉକ୍ତ ମାମଲାରେ ପକ୍ଷଭୁକ୍ତ ହେବାଲାଗି ଆବେଦନକାରିଣୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଯଦି ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରନ୍ତି, ତେବେ ଆଗାମୀ ଶୁଣାଣି ସମୟରେ ଆବେଦନକାରିଣୀ ମହିଳା,କୋର୍ଟରେ ନିଜର ପକ୍ଷ ରଖିପାରିବେ। ଅକ୍ଟୋବର ୮ତାରିଖରେ ମୂଳ ମାମଲାର ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି । ତେବେ ଭରତପୁର ଥାନା ଘଟଣାରେ ପୀଡ଼ିତାଙ୍କ ନାଁ ଏବଂ ପରିଚୟକୁ ଗୋପନ ରଖିବା ଲାଗି ପୂର୍ବରୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।