ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଓଡ଼ିଶାର କପାଚାଷ ବୁଡ଼ାଇବ ଆନ୍ଧ୍ର ବିହନ: ଫୁଲ ଆସିଲା, କପା ଫଳିଲାନି, ଚିନ୍ତାରେ ଚାଷୀ

ଭବାନୀପାଟଣା, ୨୮/୦୯(ସନ୍ତୋଷ ସିଂଦେଓ): ଆନ୍ଧ୍ର ବିହନ  ଭଲ ଅମଳ ଦେବ । ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ  ଗାଁଗାଁ ବୁଲି ହାଇବ୍ରିଡ୍‌ କପା ବିହନ ବିକିଥିଲେ ଆନ୍ଧ୍ର ବେପାରୀ ।  ଚାଷୀ ମଧ୍ୟ ଭଲ ଦି ପଇସା ରୋଜଗାର କରିବା ଆଶାରେ  ବିହନ କିଣିଥିଲା । ହାଡ଼ଭଙ୍ଗା ପରିଶ୍ରମ ସାଙ୍ଗକୁ ଚାଷରେ ଖର୍ଚ୍ଚ କରିଥିଲା ପାଣି ଭଳି ଟଙ୍କା । ହେଲେ ଅନୁକୂଳ ପାଗ ସତ୍ତେ୍ୱ  ଧୋକା ଦେଲା ବିହନ । ଗଛ ବଢ଼ିଲା । ଫୁଲ ଆସିଲା । ହେଲେ  କପା ଫଳିଲାନି । କପା ଉତ୍ପାଦନରେ ଅଗ୍ରଣୀ କଳାହାଣ୍ଡି  ଜିଲ୍ଲାରେ ଆନ୍ଧ୍ର ହାଇବ୍ରିଡ୍‌ ବିହନକୁ ଭରସା କରିଥିବା ଚାଷୀ  ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆନ୍ଧ୍ରର ବିହନ  ଉପରେ ଅଙ୍କୁଶ ନଲାଗିଲେ ଓଡ଼ିଶାରୁ କପାଚାଷ ବୁଡ଼ିଯିବ  ବୋଲି ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି । 

ଗତ ଆର୍ଥିକ ବର୍ଷରେ ରାଜ୍ୟରେ କପା ଉତ୍ପାଦନ ୧୩୫.୬୯  ପ୍ରତିଶତ ବୃଦ୍ଧି ନେଇ କୃଷି ବିଭାଗ ସୂଚନା ଦେଇଥିଲା । ସିଂହଭାଗ  ଅମଳ କପା ଆସିଥିଲା କଳାହାଣ୍ଡି ଜିଲ୍ଲାରୁ । ଦୀର୍ଘ ୧୦ବର୍ଷ ହେଲା  କଳାହାଣ୍ଡି ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା  ଭାବେ ସୁନାମ ଆଣିଛି । ଏହି କାରଣରୁ ଜିଲ୍ଲାର କପାମଣ୍ଡିକୁ  ସମବାୟ ବିଭାଗ ପକ୍ଷରୁ ଜାତୀୟ ମଣ୍ଡିର ମାନ୍ୟତା ପ୍ରଦାନ  କରାଯାଇଛି । ମାତ୍ର ବିଗତ ଦୁଇବର୍ଷ ହେବ ଜିଲ୍ଲାରେ କପାମଣ୍ଡି  ଆଦୌ ଖୋଲାଯାଇନାହିଁ । ଉନ୍ନତମାନ ଓ ପ୍ରବଳ ଅମଳ  ହେଉଥିବାରୁ ବାହାର ରାଜ୍ୟର କପା ବ୍ୟବସାୟୀ ସରକାରୀ  ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ଅଧିକ ଦରଦେଇ ଏହି ଧଳାସୁନାକୁ  କିଣି ନେଉଛନ୍ତି । ଏବେ ନୂଆ ସମସ୍ୟା ଯୋଡ଼ିହୋଇଛି କଳାହାଣ୍ଡି କପା ଚାଷରେ । ଜିଲ୍ଲାର ଉନ୍ନତମାନର କପାକୁ  ଆନ୍ଧ୍ର ବେପାରୀ ବୁଡ଼ାଇବାକୁ ବସିଛନ୍ତି । ନିମ୍ନମାନର ବିହନ  କାରଣରୁ ଏକର ଏକର କପାଚାଷ ଉଜୁଡ଼ିବାକୁ ବସିଛି ।

ଚଳିତ  ଖରିଫ ଋତୁ ଆରମ୍ଭରୁ ଜିଲ୍ଲାରେ ମାତିଥିଲେ ଆନ୍ଧ୍ର ବେପାରୀ । ଅଧିକ ଅମଳ ଲାଳସା ଦେଖାଇ ଚାଷୀଙ୍କୁ ଧରାଇଥିଲେ  ହାଇବ୍ରିଡ୍‌ କପା ବିହନ । ପ୍ୟାକେଟ୍‌ ପିଛା ପ୍ରାୟ ୧୩୦୦ ଟଙ୍କା  ଦେଇ ଶହଶହ ଚାଷୀ ହାଇବ୍ରିଡ୍‌ ବିହନ କିଣିଥିଲେ । ଜୁନ୍‌  ମାସରୁ ଚାଷ ଆରମ୍ଭ ହୋଇଥିଲା । ଏକର ପିଛା ପାଖାପାଖି  ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଏଥର ସ୍ୱାଭାବିକ ବର୍ଷା ଓ  ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ଡିସେମ୍ବରରୁ  ଅମଳ ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା ଚାଷୀ । ମାତ୍ର  ଆନ୍ଧ୍ର ବିହନ ଠକିଦେଲା । ଗଛ ଉଠିଲା । ଫୁଲ ଧରିଲା । ମାତ୍ର  କପା ଆସିଲା ନାହିଁ । ଯାହାକୁ ନେଇ ଏବେ ହଜାର ହଜାର  ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବିଶେଷ କରି ଭବାନୀପାଟଣା,  କେସିଙ୍ଗା, ଗୋଲାମୁଣ୍ଡା, ଜୁନାଗଡ଼ ଅଞ୍ଚଳର କପାଚାଷୀ କ୍ଷତି  ସହିବା ଏକପ୍ରକାର ସ୍ପଷ୍ଟ ହୋଇଛି ।  

ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଭବାନୀପାଟଣା,  କେସିଙ୍ଗା ସମେତ ଅନ୍ୟ କେତେକ ଅଞ୍ଚଳର କପା ଚାଷୀଙ୍କ  ମତାମତ ନିଆଯାଇଥିଲା । ଚାଷୀ ମଦନ ମେହେର କୁହନ୍ତି, ସେ  ଆନ୍ଧ୍ର ବିହନରେ ପ୍ରାୟ ୩ ଏକର ଚାଷ କରିଥିଲେ । ଧାରକରି ପ୍ରାୟ  ୩୦ହଜାର ଖର୍ଚ୍ଚ କରିଛନ୍ତି । ଗଛଗୁଡ଼ିକ ଛୋଟ ହୋଇଛି । ଆଦୌ କପା ହୋଇନାହିଁ । କୌଶଲ୍ୟା ଝାଙ୍କର ବି ଅନୁରୂପ ସମସ୍ୟାର  ସମ୍ମୁଖୀନ ହୋଇଛନ୍ତି। ଆନ୍ଧ୍ର ବେପାରୀଙ୍କଠୁ କପା ବିହନ ଆଣି  ପ୍ରାୟ ୪ଏକର ଜମିରେ ଚାଷ କରିଥିଲେ । ଗଛରେ ଫୁଲ ଧରିଲା ।  ହେଲେ କପା ଫଳିଲା ନାହିଁ । ଔଷଧ ପ୍ରୟୋଗ ସତ୍ତେ୍ୱ କିଛି ସୁଫଳ  ମିଳିଲାନାହିଁ । ଚାଷ ବୁଡ଼ିବା ନିଶ୍ଚିତ ବୋଲି ସେ କହିଛନ୍ତି । ଚାଷୀ  ରଘୁନାଥ ମେହେର ଦୁଇ ପ୍ୟାକେଟ ଆନ୍ଧ୍ର ବିହନ କିଣି ୩ ଏକର  ଜମିରେ ଚାଷ କରିଥିଲେ । କେବଳ ଗୋଟେ ଦୁଇଟା ଫୁଲ ଧରିଛି ।  ତିନିଥର ଔଷଧ ଦେଇ ୮ ହଜାର ଖର୍ଚ୍ଚ କରିଥିଲେ ବି ସ୍ଥିତି  ବଦଳିନି । ଚାଷୀ କେଶବ ମେହେର କହିଛନ୍ତି, ଆନ୍ଧ୍ର ବିହନ ସମ୍ପୂର୍ଣ୍ଣ  ଫେଲ୍‌ ମାରିଛି । କୃଷି ବିଭାଗ ଚାଷୀଙ୍କୁ ଆବଶ୍ୟକ ତାଲିମ ଦେଉନି ।  

ପ୍ରୋତ୍ସାହନ ମଧ୍ୟ ମିଳୁନାହିଁ । ତେଣୁ ଚାଷୀ ଏଭଳି ସମସ୍ୟାର  ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।ଏଭଳି ସମସ୍ୟା ଭିତରେ  ଭଲ ଖବର ଆସିଛି ଓଡ଼ିଶାର ବିହନରୁ । ଯେଉଁ ଚାଷୀମାନେ ଦେଶୀ  ବିହନ ଲଗାଇଥିଲେ, ସେମାନଙ୍କ ଜମିରେ ଭଲ କପା (ବଲ୍‌)  ଫଳିଛି । ଗୋଟିଏ ଗୋଟିଏ କପାଗଛରେ ୮୦ରୁ ଅଧିକ ବଲ୍‌  ଧରିବା ସହ ଅମଳକ୍ଷମ ହୋଇସାରିଛି । ଏନେଇ ଜିଲ୍ଲା ମୁଖ୍ୟ  କୃଷି ଅଧିକାରୀ ମଳୟ ପରିଡ଼ା କୁହନ୍ତି, ସରକାରୀସ୍ତରରେ କପା  ବିହନ ଯୋଗାଇବାର ବ୍ୟବସ୍ଥା ନାହିଁ । ଚାଷୀ ବଜାରରେ ମିଳୁଥିବା  କପା ବିହନ କିଣି ଚାଷ କରୁଛନ୍ତି । କେଉଁ ବିହନ ଠିକ୍‌ ଭାବେ  ଅମଳଦେବ ତାହା କହିବା ମୁସ୍କିଲ । ତେବେ ଚାଷୀ ସଚେତନ  ହେବା ଜରୁରୀ । ବିଭିନ୍ନ ସଂସ୍ଥାର ବେପାରୀ ତାଙ୍କ ଲାଭ ପାଇଁ ଚାଷୀ  ପାଖକୁ ପହଞ୍ଚି ବିହନ ବିକ୍ରି କରୁଛନ୍ତି । ଚଳିତ ଖରିଫ ଋତୁରେ  କଳାହାଣ୍ଡି ଜିଲ୍ଲାରେ ୭୧ ହଜାର ୪୦୦ ହେକ୍ଟର ଜମିରେ କପା ଚାଷ  ହୋଇଛି । ଭଲ ଅମଳ ହେବା ଆଶା କରାଯାଉଛି । ଯେଉଁ ଅଞ୍ଚଳର  ଚାଷୀ ବିହନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଓ କେତେ ହେକ୍ଟର କ୍ଷତି  ହୋଇଛି, ତାହାର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି ।  

ଉଲ୍ଲେଖଯୋଗ୍ୟ, ଗୋଟିଏ ହେକ୍ଟର କପା ପାଇଁ ଦୁଇରୁ ଅଢ଼େଇ  କେଜି ବିହନର ଆବଶ୍ୟକତା ପଡ଼ିଥାଏ । ହେଲେ କପା ବିହନରେ ଅଦ୍ୟାବଧି ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିନାହିଁ । ଗୁଣାତ୍ମକ  ମାନର କପା ଉତ୍ପାଦନ ସତ୍ତେ୍ୱ ଏହାର ଉପଯୋଗ ପାଇଁ ସୂତାକଳ ନାହିଁ। ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁସାରେ, ୧୯୮୦ରେ  ରାଜ୍ୟରେ ୫ ହଜାର ହେକ୍ଟରରେ କପା ଚାଷ ହୋଇ ମାତ୍ର ୫  ହଜାର ଗାଣ୍ଠି ଉତ୍ପାଦିତ ହେଉଥିଲା । ୨୦୧୩ରେ ଏହା ୧. ୨୩  ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିଲା । ଉତ୍ପାଦନ ପରିମାଣ ୨.୯୯ ଲକ୍ଷ  ଗାଣ୍ଠିକୁ ବଢ଼ିଥିଲା। ୨୦୨୨ରେ ୨.୧୬ ଲକ୍ଷ ହେକ୍ଟରରୁ ଉତ୍ପାଦନ  ୭.୪ଲକ୍ଷ ଗାଣ୍ଠିକୁ ବୃଦ୍ଧି ପାଇଥିଲା । ତେବେ କପାଚାଷର ବଡ଼  ଚ୍ୟାଲେଞ୍ଜ ହୋଇଛି ବିହନରେ ପରନିର୍ଭରଶୀଳତା, ଯାହା ଚାଷୀ  ଏବଂ କୃଷି ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.