ପ୍ରମୂଖ ଖବର
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ବିମାନ ବନ୍ଦରରେ ଛାଡିବାକୁ ଗଲେନି ବୟଫ୍ରେଣ୍ଡ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ନୂଆଦିଲ୍ଲୀ ୨୨/୦୬: ସାଧାରଣତଃ ପ୍ରେମ ସଂପର୍କରେ ଥିବା ସମୟରେ ଦମ୍ପତି ପରସ୍ପରକୁ ମୌଖିକ ଭାବେ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । ଯେତେବେଳେ ଉଭୟଙ୍କ ମଧ୍ୟରୁ କେହି ସେହି ପ୍ରତିଶ୍ରୁତିର ଖିଲାପ କରନ୍ତି ସେତେବେଳେ ସେମାନଙ୍କ ମଧ୍ୟରେ ମାନ, ମନାନ୍ତର ହୋଇଥାଏ । ଏହାକୁ ଏକ ସାଧାରଣ କଥା ବୋଲି ଧରିନିଆଯାଏ । ତେବେ ନ୍ୟୁଜିଲାଣ୍ଡର ଜଣେ ଯୁବତୀ ଏହି କଳି ଲାଗି ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି । ବୟଫ୍ରେଣ୍ଡ ତାଙ୍କୁ ବିମାନବନ୍ଦରରେ ନ ଛାଡି଼ବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେ । ପ୍ରତିଶ୍ରୁତି ଓ ସମୟାନୁବର୍ତ୍ତିତାକୁ ସେ ଖୁବ୍‌ ଗୁରୁତ୍ୱ ଦେଉଥିବା ଦର୍ଶାଇଛନ୍ତି । 

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ସାଢ଼େ ୬ ବର୍ଷ ହେଲା ସେ ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କରେ ଥିଲେ । ନିକଟରେ ତାଙ୍କୁ ବନ୍ଧୁମାନଙ୍କ ସହିତ ଏକ କନ୍‌ସର୍ଟରେ ଯୋଗ ଦେବାକୁ ଯିବାର ଥିଲା । ତାଙ୍କର ପାର୍ଟନର ତାଙ୍କୁ ବିମାନ ବନ୍ଦରରେ ଛାଡ଼ିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେତିକି ନୁହେଁ, ଯୁବତୀଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ରହି ୨ଟି କୁକୁରଙ୍କ ଯତ୍ନ ନେବା କଥା ବି କହିଥିଲେ । କନ୍‌ସର୍ଟକୁ ଯିବାର ପୂର୍ବଦିନ ଯୁବତୀ ତାଙ୍କୁ ଏକ ମେସେଜ୍‌ ପଠାଇ ନିଜର ଯିବା ସମୟ ଜଣାଇଥିଲେ । ସକାଳ ୧୦ଟାରୁ ୧୦.୧୫ ମିନିଟ୍‌ ମଧ୍ୟରେ ପହଞ୍ଚିଗଲେ ଚଳିବ ବୋଲି ଲେଖିଥିଲେ । କିନ୍ତୁ ତାଙ୍କ ପୁରୁଷବନ୍ଧୁ ନିର୍ଦ୍ଧାରିତ ସମୟରେ ତାଙ୍କୁ ବିମାନବନ୍ଦରରେ ଛାଡି଼ବା ଲାଗି ଆସିନଥିଲେ । 

ଏହାଯୋଗୁ ଯୁବତୀ ସେହି ବିମାନ ଧରିପାରିନଥିଲେ । ଫଳରେ ତାଙ୍କୁ ଆର୍ଥିକ ଭାବେ ବେଶ୍‌ କ୍ଷତି ହୋଇଥିଲା । କୁକୁର ୨ଟିକୁ ଅନ୍ୟତ୍ର ରଖିବାର ବ୍ୟବସ୍ଥା କରିବାକୁ ପଡ଼ିଥିଲା । ପରଦିନ ସେ ଅନ୍ୟ ଏକ ବିମାନରେ ଟିକଟ କରି କନ୍‌ସର୍ଟ ଲାଗି ବାହାରି ଯାଇଥିଲେ । ଏଭଳିସ୍ଥଳରେ କ୍ଷତିପୂରଣ ପାଇଁ ସେ ଦାବି କରିଥିଲେ । ଗୁରୁବାର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ସେଠାରେ କୋର୍ଟ କିନ୍ତୁ ଏହି ମୌଖିକ ପ୍ରତିଶ୍ରୁତି ଉଲ୍ଲଂଘନ ଲାଗି ତାଙ୍କ ବୟଫ୍ରେଣ୍ଡଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ମନା କରିଥିଲେ । ଏଥିସହିତ ମାମଲାଟି ଖାରଜ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.