ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

କେନିଆରେ କର ବିରୋଧୀ ପ୍ରଦର୍ଶନ, ୧୩ କୁ ବୃଦ୍ଧି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୭/୬: କେନିଆରେ କର ବିରୋଧୀ ପ୍ରଦର୍ଶନରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି  । ସେଠାକାର ମୁଖ୍ୟ ଚିକିତ୍ସକ ସଂଘର ଜଣେ ଅଧିକାରୀଙ୍କ କହିବାନୁସାରେ, ଟିକସ ବିରୋଧୀ ପ୍ରଦର୍ଶନ ଦିନକୁ ଦିନ ହିସାଂତ୍ମକ ହେବାରେ ଲାଗିଛି । ତେଣୁ ସଂସଦରେ ପ୍ରଦର୍ଶନକାରୀଙ୍କ ଉପରକୁ ପୁଲିସ ଗୁଳିଚାଳନା ମଧ୍ୟ କରିଛି । ପ୍ରଦର୍ଶନ ଭୟାନକ ହେବାକୁ ଲାଗିବାରୁ କେନିଆ ରାଷ୍ଟ୍ରପତି ବିଲିୟମ ରୁଟୋଙ୍କ ସରକାରଙ୍କୁ ସେନାର ସହାୟତା ନେବାକୁ ପଡିଥିଲା । ତେବେ ଗତ ସପ୍ତାହରେ ହଜାର ହଜାର ପ୍ରଦର୍ଶନକାରୀ କର ବୃଦ୍ଧିକୁ ନେଇ କେନିଆର ରାଜଧାନୀ ନୌରବିରେ ତଥା ଦେଶସାରା ଭିନ୍ନ ଭିନ୍ନ ସ୍ଥାନରେ ଯୁବକଙ୍କ ନେତୃତ୍ୱରେ ଏହି ପ୍ରଦର୍ଶନ ଜୋର ହେବାରେ ଲାଗିଥିଲା । ଶାନ୍ତିପୂର୍ଣ୍ଣ ଭାବରେ ଏହା ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ହିଂସାତ୍ମକ ରୂପ ନେଇଥିଲା । 

ଫଳରେ ପ୍ରଦର୍ଶନକାରୀ ନାଟକୀୟ ଢଙ୍ଗରେ ସଂସଦ ଭବନରେ ପ୍ରଦର୍ଶନକୁ ତୀବ୍ର କରିବାରୁ ପୁଲିସ ବାଧ୍ୟ ହୋଇ ଗୁଳି ଚାଳନା କରିଥିଲା । ଫଳରେ କେନିଆରେ ଏଭଳି ଭୟାଭୟ ପରିସ୍ଥିତି ଉପୁଜିଛି । ଏନେଇ ରକ୍ଷାମନ୍ତ୍ରୀ କେନିଆରେ “ଆପାତ୍ତକାଳୀନ ସୁରକ୍ଷା’ ଘୋଷଣା କରିଛନ୍ତି । ସେପଟେ କେନିଆ ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ସାଇମନ କିଙ୍ଗୋଡୁ କହିଛନ୍ତି ଯେ ,ଏହି ପ୍ରଦର୍ଶନ ପାଇଁ  ପ୍ରାୟ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ମଧ୍ୟ ଆଶଙ୍କା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.