ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ନେଦରଲାଣ୍ଡ୍‌ସ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ହେବେ ନାଟୋ ମୁଖ୍ୟ, ଅକ୍ଟୋବର ୧ରୁ ଜେନ୍ସ ଷ୍ଟୋଲଟେନ୍‌ବର୍ଗଙ୍କ ସ୍ଥାନ ନେବେ

ବ୍ରୁସେଲ୍ସ,୨୭/୦୬: ନେଦରଲାଣ୍ଡ୍‌ସ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ ଦୁନିଆର ସବୁଠୁ ଶକ୍ତିଶାଳୀ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ) ମହାନିର୍ଦ୍ଦେଶକ ହେବେ ବୋଲି ନର୍ଥ ଆଟଲାଣ୍ଟିକ୍‌ କାଉନସିଲ ନିଷ୍ପତ୍ତି  ନେଇଛି । ଅକ୍ଟୋବର ୧ରୁ ସେ ଜେନ୍ସ ଷ୍ଟୋଲଟେନ୍‌ବର୍ଗଙ୍କ ସ୍ଥାନ ନେବେ । ଷ୍ଟୋଲଟେନ୍‌ବର୍ଗଙ୍କ ୧୦ ବର୍ଷର କାର୍ଯ୍ୟକାଳ  ଏହି ଦିନ ଶେଷ ହେଉଛି । ଏହି ପଦ ଦୌଡ଼ରେ ରୋମାନିଆ  ରାଷ୍ଟ୍ରପତି କ୍ଲସ୍‌ ଇଓହାନିସ୍‌ ମଧ୍ୟ  ଥିଲେ । କିନ୍ତୁ ଗତ ସପ୍ତାହରେ  ସେ ଏହି ଦୌଡ଼ରୁ ନିଜ ନାଁ  ପ୍ରତ୍ୟାହାର କରି ନେଇଥିଲେ । ଫଳରେ ମାର୍କ ରୁଟ୍‌ ନାଟୋ  ମହାନିର୍ଦ୍ଦେଶକ ବନିବା ରାସ୍ତା  ସଫା ହୋଇଥିଲା । ଦେଖିବାକୁ  ଗଲେ ପ୍ରଧାନମନ୍ତ୍ରୀ ଭାବେ ମାର୍କ  ରୁଟ୍‌ଙ୍କ କାର୍ଯ୍ୟକାଳ ନିକଟରେ  ଶେଷ ହେବାକୁ ଯାଉଛି । 

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବା  ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନେବାକୁ  ଯାଉଛନ୍ତି । ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ରୋକିବା ତାଙ୍କ  ଆଗରେ ବଡ଼ ଚାଲେଞ୍ଜ ରହିଛି । ନାଟୋ ମହାନିର୍ଦ୍ଦେଶକ  ଅନ୍ତର୍ଜାତୀୟ ଜନସେବା ପ୍ରତିନିଧି । ସେ ନାଟୋର ସମସ୍ତ  ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ହୋଇଥାନ୍ତି । ଏଥିସହ ନାଟୋର  ସବୁ ନିଷ୍ପତ୍ତିରେ ତାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ । ଏବେ ନାଟୋକୁ  ଆହୁରି ମଜଭୁତ କରିବା ତାଙ୍କର ପ୍ରମୁଖ କାମ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.