ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା କାଶ୍ମୀର, ଏମିତି ପ୍ରତିକ୍ରିୟା ରଖିଲା ଭାରତ...

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । ଆଉ ଏହାର ଜବାବରେ ଭାରତ ତୀବ୍ର ପ୍ରତିକ୍ରିୟା ଦେଇଛି । ଯେଉଁଥିରେ କି ଇସଲାମାବାଦକୁ ଗଭୀର ଅପମାନର ସମ୍ମୁଖୀନ ହେବାକୁ ପଡିଛି । ମିଳିତ ଜାତିସଂଘର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗ ଉଠାଇଥାଏ ବୋଲି ଭାରତ କହିଛି । ତେବେ ପାକିସ୍ତାନର ଏହି ଅଭିଯୋଗ ଭିତ୍ତିହୀନ, ଅନୈତିକ ଏବଂ ଦୃଷ୍ଟି ଆକର୍ଷଣ କରିବାକୁ ଏହା ଏକ ଅଭ୍ୟାସଗତ ପ୍ରୟାସ ବୋଲି ଭାରତ କହିଛି । ନିଜ ଦେଶରେ ପିଲାମାନଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧରୁ ବିଶ୍ୱର ଦୃଷ୍ଟି ଆକର୍ଷଣ ହଟାଇବାକୁ ପାକିସ୍ତାନ ଏହା କରୁଛି । ଜାତିସଂଘରେ ଭାରତର ଉପ ପ୍ରତିନିଧୀ ଆର.ରବିନ୍ଦ୍ରନ ଜାତିସଂଘ ସୁରକ୍ଷା ପରିଷଦ ଶିଶୁ ତଥା ସଶସ୍ତ୍ର ବିବାଦ ଉପରେ ବିତର୍କ ସମୟରେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଏହା ସର୍ବଦା ରହିବ।

ଭାରତ କହିଛି ଯେ ପାକିସ୍ତାନର ଉପରୋକ୍ତ ବିବୃତ୍ତି ଅଭ୍ୟାସଗତ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଭାରତ ବିରୁଦ୍ଧରେ ଅସଦାଚରଣ । ଏହି ଭିତ୍ତିହୀନ ଏବଂ ଅନୈତିକ ବକ୍ତବ୍ୟକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି ଯେ, ୟୁଏନଏସସିରେ ପିଲାମାନଙ୍କ ଉପରେ ହୋଇଥିବା ବିତର୍କ ଅନ୍ତର୍ଜାତୀୟ ସମୁଦାୟକୁ ସଶସ୍ତ୍ର ବିବାଦ ପରିସ୍ଥିତିରେ ପିଲାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଆଲୋକିତ କରି ସାହାଯ୍ୟ କରିଛନ୍ତି । ତେଣୁ ଅନ୍ତର୍ଜାତୀୟ ସମୁଦାୟ ପିଲାମାନଙ୍କ ପ୍ରତି ହେଉଥିବା ଉଲ୍ଲଂଘନକୁ ରୋକିବା ଏବଂ ଶେଷ କରିବାର ଗୁରୁତ୍ୱକୁ ସ୍ୱୀକାର କରିବା ଉଚିତ୍।ସୂଚନାଥାଉକି,ଯେ ପିଲାମାନଙ୍କ ଉପରେ ବିତର୍କ ସମୟରେ ପାକିସ୍ତାନ କାଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗ ଆଣିଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.