ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରଥଖଳା ହାଲ୍‌ଚାଲ୍‌... ପ୍ରଭା କାର୍ଯ୍ୟ ସାରିଲେ ବିଶ୍ୱକର୍ମା, ଆଜି ସଜଡ଼ା ହେବ ରଥ ବ୍ରେକ୍

ପୁରୀ,୩୦/୦୬: ମହାପ୍ରଭୁଙ୍କ ସିଂହାସନ ପଛରେ ରୁହେ ପ୍ରଭା । ଶନିବାର ପ୍ରଭା କାର୍ଯ୍ୟ ସାରିଛନ୍ତି ବିଶ୍ୱକର୍ମା । ଏଣିକି ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ଖୋଦେଇ କରିବେ । ଚକା ସିଂହାସନରେ ବିଜେ ହେବେ  ଠାକୁରେ । ପ୍ରଭାକୁ ଆଉଜି ଅବସ୍ଥାନ  କରିବେ ଶ୍ରୀବିଗ୍ରହ । ଦୁଆର ଘଡ଼ାରେ  ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି  ଚିତ୍ରକର ସେବକ । ଆଗକୁ ବ୍ରେକ୍‌  କାର୍ଯ୍ୟ ଆରମ୍ଭ ହେବ । ଆଜି ଭୋଇ ସେବକମାନେ ବ୍ରେକ୍‌ କାଠ ତିନି ରଥ ସମ୍ମୁଖରେ ରଖିଛନ୍ତି ।  

ରଥର ଚତୁଃପାଶ୍ୱର୍ରେ ଲାଗେ  ୪ ଦୁଆର ଘଡ଼ା । ୩ ରଥ ପାଇଁ  ନିର୍ମାଣ ହୁଏ ୧୨ ଦୁଆରଘଡ଼ା । ଦର୍ଜୀ  ସେବକମାନେ ଚନ୍ଦ୍ରଶାଳି ପାଇଁ କନା  ସାଜ ତିଆରିଛନ୍ତି । ଦୁଆର ଘଡ଼ାର  ଉପର ଅଂଶ ହେଉଛି ‘ଚନ୍ଦ୍ରଶାଳି’ ।  ଏହାର ନିର୍ମାଣ ପାଇଁ ପ୍ରତି ରଥକୁ  ୪ଟି ଲେଖାଁଏ ମୋଟ ୧୨ଟି (୫ରେ  ୫ଇଞ୍ଚ) କାଠ ଆବଶ୍ୟକ ହୋଇଥାଏ ।  ବିଶ୍ୱକର୍ମାମାନେ ଚନ୍ଦ୍ରଶାଳି ପ୍ରସ୍ତୁତି ସାରି  ଚିତ୍ରକରଙ୍କୁ ଦେଇଥାନ୍ତି । ସେମାନେ  ଚନ୍ଦ୍ରାଶାଳିରେ ରାହୁରୂପ ଚିତ୍ର କରିଥାନ୍ତି ।  ରାହୁରୂପ ଚିତ୍ରିତ ଚନ୍ଦ୍ରଶାଳିକୁ  ରଥରେ ସ୍ଥାପନ କରାଯାଏ । ଏଥିରେ  କୋଠସୁଆଁସିଆ ସେବକମାନେ ଦର୍ଜୀ  ତିଆରିଥିବା କନା ସଜ ଲଗାଇବା ପରେ  ରଥର ସୌନ୍ଦର୍ଯ୍ୟ ବଢ଼ିଯାଏ । ରଥରେ  ପଟା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଗାଇ  ପଲ୍ଲ ପଟା ବାଡ଼ିଆ ଯାଇଛି ।  

ରଥ ଚାଳନା ବେଳେ ରଥକୁ  ରୋକିବା ମୁସ୍କିଲ୍‌ ହୋଇଯାଏ । ରଥ  ଚାଳନା ବନ୍ଦ ସୂଚନା ମିଳିଲେ ମଧ୍ୟ  ଶ୍ରଦ୍ଧାଳୁମାନେ ଜାଣି ନପାରି ରଥ ଟାଣିନିଅନ୍ତି । ବ୍ରେକ୍‌ କାଠ ପଡ଼ିଲେ ମଧ୍ୟ ରଥ ଘୋଷାଡ଼ି ହୋଇ ଚାଲେ ।  ଏଥିରେ ଦୁର୍ଘଟଣାର ଆଶଙ୍କା ରୁହେ ।  ଏଣୁ ସେଥିରେ ରବର ବ୍ୟବହାର  ହୋଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହେବ  ରଥ ବ୍ରେକ୍‌ । ରୂପକାରମାନେ ନାଟ  ଗୋଡ଼ରେ ଖୋଦେଇ କାର୍ଯ୍ୟ ଶେଷ  କରୁଛନ୍ତି । ଚିତ୍ରକର ରଥର ବିଭିନ୍ନ  ଅଂଶକୁ ଚିତ୍ର କରିବାରେ ନିମଗ୍ନ ।  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀସେବକ  ଦୁଆର ଘଡ଼ା ଓ ଚନ୍ଦ୍ରଶାଳୀ କାର୍ଯ୍ୟ  ଆଦି କନାମଣ୍ଡଣୀ କାର୍ଯ୍ୟ ସାରୁଛନ୍ତି ।  ଓଝାସେବକ ଦୋଳବେଦୀରେ  ସିଂହାସନ ଗୁଣ୍ଠି କଣ୍ଟା ଓ ପ୍ରଭା କଣ୍ଟା  ଆଦି କଣ୍ଟା ତିଆରି କରୁଛନ୍ତି।

ରଥ ଯାତ୍ରା ପାଇଁ ପ୍ରସ୍ତୁତ ନୂତନ ରୁଖା, ପିଢ଼ା

ରଥଯାତ୍ରା ପାଇଁ ଆବଶ୍ୟକ ବିଭିନ୍ନ କାଠ ସାମଗ୍ରୀ ଦୋଳବେଦି ପରିସରରେ  ତିଆରି ହେଉଛି । ରୁଖା, ସଜ୍ଜ ଘୋଡ଼ିଆ, ଚାଙ୍ଗଡ଼ା ଓ ପିଢ଼ା ଆଦି ଭଳିକି  ଭଳି କାଠ ସାମଗ୍ରୀ ତିଆରି ଚାଲିଛି । ଠାକୁରଙ୍କ ସେବା ପୂଜା ପାଇଁ  ଏସବୁର ଆବଶ୍ୟକତା ରହିଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଯୁକ୍ତ ବସନ୍ତ  କୁମାର ମହାରଣାଙ୍କ ତତ୍ତ୍ୱାବଧାନରେ ଏସବୁ ସାମଗ୍ରୀ ତିଆରି ହେଉଛି ।  ପୁଣି ମହାପ୍ରଭୁଙ୍କ ୧୨ମାସରେ ୧୩ ଯାତ । ଏଣୁ ପର୍ବପର୍ବାଣୀରେ ଏଥିରୁ  କିଛି ନୂଆ ସଜ୍ଜ କାର୍ଯ୍ୟରେ ଲାଗିବ ବୋଲି ନିର୍ମାଣକାରୀ କହିଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.