ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରଥଖଳା ହାଲ୍‌ଚାଲ୍‌...ତିନି ରଥରେ ଉଠିଲା ୧୨ ଦୁଆର ଘଡ଼ା, ଲାଗିଲା ଧୂଳି ଦଣ୍ଡା, ଖୋଲିଲା ରଥଚାଳି

ପୁରୀ,୦୨/୦୭: ତିନି ରଥରେ ୧୨ ଦୁଆର ଘଡ଼ା ଉଠାଇଛନ୍ତି ନିର୍ମାଣକାରୀ । ବାଉଁଶ ତେଣ୍ଟିଆ ଓ ଦଉଡ଼ି ସାହାଯ୍ୟରେ ଦୁଆର ଘଡ଼ା ଉଠାଯିବା ଦୃଶ୍ୟ ଆଖି ଖୋସିହେଲା ଭଳି। ନିର୍ମାଣକାରୀଙ୍କ ଶରୀରରେ ଅମାପ ଶକ୍ତି ଭରିଛନ୍ତି ଠାକୁରେ । ପୁଣି ରଥ ନିର୍ମାଣ ଶୈଳୀ ଆହୁରି ଆଶ୍ଚର୍ଯ୍ୟପ୍ରଦ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଦୁଆର ଘଡ଼ା ଉଠାଇଥିଲେ ଭୋଇ ସେବକ । ଦୁଆର ଘଡ଼ା ଉଠାଇବା ପରେ ଭୋଇସେବକଙ୍କ ହରିବୋଲ ଧ୍ୱନିରେ କମ୍ପିଥିଲା ରଥଖଳା । ଏବେ କେବଳ ରଥ ଉପରେ କାମ । ଏଣୁ ଅପରାହ୍ନରେ ରଥ ଚାଳି ଖୋଲା ଯାଇଛି ।  

ସେପଟେ ରଥରେ ଠାକୁରଙ୍କ ସିଂହାସନ  କାମ ଜାରି ରହିଛି । ଠାକୁରଙ୍କ ଅବସ୍ଥାନ ପାଇଁ ଚକା(ସିଂହାସନ ପିଣ୍ଡି) ତିଆରି ସରିଛି । ଏବେ ପ୍ରଭା କାମ ଚାଲିଛି । ବିଶ୍ୱକର୍ମାମାନେ ପ୍ରଭା କାମ ସାରି ରୂପକାରଙ୍କୁ ଦେଲେ । ଏଥିରେ ରୂପକାର  କିର୍ତ୍ତୀମୁଖ ଓ ଡ଼ାଳିଲତା ଖୋଦେଇ କରୁଛନ୍ତି। ପ୍ରଭା ହେଉଛି ସିଂହାସନର ଏକ ଅଂଶ । ରଥରେ ଧୂଳି ଦଣ୍ଡା ଲାଗିଛି । ପ୍ରଭା ପଛରେ ରହିବ ଧୂଳି ଦଣ୍ଡା । ଠାକୁରଙ୍କ ଆସ୍ଥାନ ହେଉଛି ୪ସ୍ତରୀୟ । ପଟା ଉପରେ ସିଂହାସନ ତିଆରି ହେବ । ତା’ଉପରେ ରହିବ ବେଦୀ । ବେଦୀ ଉପରେ ରହିବ ଚକା । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି  ଚକା ସିଂହାସନରେ ବିଜେ ହେବେ । ଶ୍ରୀଜଗନ୍ନାଥଙ୍କ ପ୍ରଭାର ଆକାର ସବୁଠାରୁ ବଡ଼ । ଶ୍ରୀବଳଭଦ୍ରଙ୍କ  ତା’ଠାରୁ ସାନ ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ତା’ଠାରୁ ଛୋଟ ପ୍ରଭା ।   

ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ତତ୍ତ୍ୱାବଧାନରେ ବିଶ୍ୱକର୍ମା, ଭୋଇସେବକ, କରତିସେବକ, ଓଝା ସେବକ, ରୂପକାର ଆଦି ସେବକଙ୍କ ମଧ୍ୟରେ ସମନ୍ୱୟ  ରହି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।  ଦୋଳବେଦିରେ କମାର ସେବକଙ୍କ ପ୍ରାୟତଃ ଶେଷ ହେବା ଉପରେ । ରଥକୁ ଆବଶ୍ୟକ ଲୁହା ସାମଗ୍ରୀ ଯୋଗାଉଛନ୍ତି । ଆଗକୁ ଧ୍ୱଜପତା, ଠେକରା ବାଡ,  ପାଶ୍ୱର୍ଦେବାଦେବୀ, ଓଲଟଶୁଆ, କଳସ ଆଦି ରଥରେ  ସ୍ଥାପନ ହେବ । ଦର୍ଜୀ ସେବକମାନେ ଶ୍ରୀମନ୍ଦିର  କାର୍ଯ୍ୟାଳୟରେ କନାମଣ୍ଡଣୀ କାର୍ଯ୍ୟରେ ବ୍ୟସ୍ତ  ରହିଛନ୍ତି । ଚିତ୍ରକର ସେବକମାନେ ରଥର ବିଭିନ୍ନ  ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି ।  ରଥରେ ଗାଈପଲ, ସଖୀ, କନ୍ୟାପଟା, ପାଶ୍ୱର୍ ଦେବାଦେବୀଙ୍କୁ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି ।

  • PrameyaOdia
  • prameya
  • puri
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.