ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ବାଇକକୁ ଏକ କିଲୋମିଟର ଘୋଷାରି ନେଲା ଟ୍ରକ , ୨ ମୃତ

ପାଟଣା, ୩।୭ :  କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯  ଜାତୀୟ ରାଜପଥର ଚେମେଣା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ସହ ଆରୋହୀଙ୍କୁ ଏକ କିଲୋମିଟିର ଟ୍ରକ ଘୋଷାରି ନେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକକୁ ଧକ୍କା ଦେବା ପରେ ଆରୋହୀଙ୍କ ସହ ବାଇକକୁ ଏକ କିଲୋମିଟର ପର୍ଯ୍ୟନ୍ତ  ଟ୍ରକ ଘୋଷାରି ନେଇଥିଲା। ଏହା ପରେ ଟ୍ରକ ସହ ଡ୍ରାଇଭର  ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ  ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିଳିଦା ନିକଟରେ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.