ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ହାତୀ ଆକ୍ରମଣରେ ଯୁବକ ମୃତ, ସରକାରୀ ସହାୟତା ନେଇ ବିଧାୟକଙ୍କ ପ୍ରତିଶୃତି

ଯାଜପୁର,୬/୭: ହାତୀ ହାବୁଡରେ ପଡି ଯୁବକଙ୍କ ମୃତ୍ୟୁ ।  ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନ ବଡ଼ଚଣା ବ୍ଲକ ଚାରିଗୋଛିଆ ଅଂଚଳରେ ଘଟିଛି ଏହି ଦୁର୍ଘଟଣା । ଦୁଇ ଯୁବକ ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିଲେ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଯୁବକ ଜଣକ ଖସିଆସିଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନ ବଡ଼ଚଣା ବ୍ଲକ ଚାରିଗୋଛିଆ ଅଞ୍ଚଳର ଦୁଇ ଜଣ ଯୁବକ ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିଲେ । ସେଠାରେ ସେମାନେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଦୌଡ଼ି ପଳାଇ ଯାଇଥିବା ବେଳେ ଅନ୍ୟ ଜଣ ଯୁବକ ହାତୀ ହାବୁଡ଼ରେ ପଡି ଯାଇଥିଲେ। ତେବେ ହାତୀ ହାବୁଡ଼ରୁ ଖସି ଆସିଥିବା ଯୁବକ ଜଣଙ୍କ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ ବୈରୀ ବନ ବିଭଗ ଅଧିକାରୀ ପହଞ୍ଚି ଜଙ୍ଗଲରୁ ଯୁବକକୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତି କରାଇଥିଲେ। ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଚାରିଗୋଛିଆ ଗ୍ରାମର ରବି ବିନ୍ଧାଣି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବଡ଼ଚଣା ବିଧାୟକ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି। ଖୁବ ଶୀଘ୍ର ସରକାରୀ ସ୍ତରରେ ମୃତ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.