ପ୍ରମୂଖ ଖବର
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଚାନ୍ଦିଖମଣରେ ଗୋଷ୍ଠୀ ସଂଘର୍ଷ, ୪ ଗୁରୁତର

ଠାକୁରମୁଣ୍ଡା ,୬।୭ : ଠାକୁରମୁଣ୍ଡା ବ୍ଲକ ଚାନ୍ଦିଖମଣରେ ଗୋଷ୍ଠୀ ସଂଘର୍ଷରେ ୪ ଗୁରୁତର ହୋଇଥିବାବେଳେ ୧୩ ରୁ ଅଧିକ ଆହତ ‌ହୋଇଛନ୍ତି‌ l ଗୁରୁତର ଓ ଆହତଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l 

ଚାନ୍ଦିଖମଣରେ ଜମି ଦଖଲକୁ ନେଇ କିଛି ମାସ ହେଲା ବିବାଦ ଲାଗି ରହିଛି l ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ପରିସ୍ଥିତି ଉପୁଜି ପାରେ ବୋଲି ସନ୍ଦେହ କରୁଥିଲା ପ୍ରଶାସନ l ପ୍ରଶାସନ ମଧ୍ୟ ବିବାଦ ସମାଧାନ ପାଇଁ ନିରନ୍ତର ଉଦ୍ୟମ କରୁଥିଲା l ମାତ୍ର ଗୋଟିଏ ଗୋଷ୍ଠୀ କୌଣସି ବୁଝାମଣା ପାଇଁ ପ୍ରସ୍ତୁତ ନଥିଲା l ଫଳରେ ପ୍ରଶାସନ ଆଗେଇ ପାରୁନଥିଲା l ଜମି ବିବାଦକୁ କେନ୍ଦ୍ର କରି ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷରେ ୪ ଗୁରୁତର ଥିବାବେଳେ ୧୩ ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ଉଭୟ ଗୋଷ୍ଠୀ ପକ୍ଷରୁ ଠାକୁରମୁଣ୍ଡା - ଉଦଳା ରାସ୍ତାର ଚମ୍ପା୍ଝର ଠାରେ ରାସ୍ତା ଅବରୋଧ ଜାରି ରହିଛି l ମହୁଲଡିହା ଥାନା ଅଧିକାରୀ ଚମ୍ପା୍ଝର ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି l ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ  ପୋଲିସ ବିଭାଗର ଉଚ୍ଚ ଅଧିକାରୀ ଘଟଣାସ୍ଥଳ ପହଞ୍ଚିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.