ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

Published By : Harapriya Sethi | October 5, 2024 11:31 AM

କଟକ,୦୫/୧୦: ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ଦୁଇ ଛାତ୍ର । ଶୁକ୍ରବାର ଜଣଙ୍କର ମୃତଦେହ ମିଳିଥିବାବେଳେ ଶନିବାର ଆଉ ଜଣଙ୍କ ମୃତଦେହ ମିଳିଛି । ମୃତ ଛାତ୍ର ଦ୍ୱୟ ଆର୍ଯ୍ୟନ ନାୟକ ଏବଂ ମନୋରଞ୍ଜନ ବେହେରା ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଜଗତପୁର ବାଲିସାହି ନିକଟ ମହାନଦୀରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ଶୁକ୍ରବାର ବାଲିସାହି ନିକଟ ମହାନଦୀକୁ ୨ଜଣ ଛାତ୍ର ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ଭାରସାମ୍ୟ ହରାଇ ନଦୀର ଗଭୀର ପାଣିରେ ବୁଡ଼ିଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ସମୟପରେ ଆର୍ଯ୍ୟନଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଉକ୍ତ ମୃତଦେହତୁ ପୋଲିସ ଜବତ କରିଥିଲା । ତେବେ ଶନିବାର ମନୋରଞ୍ଜନଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.