ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ

Published By : Harapriya Sethi | December 28, 2024 8:51 AM

ସାଲେପୁର,୨୮/୧୨: ଲଗାତାର ଲଘୁଚାପ ଫଳରେ ଲଗାଣ ବର୍ଷାରେ ଧାନ ଫସଲ ତ କ୍ଷତି ହୋଇଛି ତାହା ସାଙ୍ଗକୁ କଞ୍ଚା ପନପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍ ର ଚିତ୍ରୋତ୍ପଳା ଓ ମହାନଦୀର ତ୍ରୀକୋଣ ଭୂମି ଗୁଆଳି ଗାଁରେ ଅଧିକ ମାତ୍ରାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥାନ୍ତି ଶହ ଶହ ଚାଷୀ । ଶୀତଦିନେ ଅଧିକ ମାତ୍ରାରେ ଏଠାରେ ସବୁଜ ପନିପରିବା ଚାଷ ହୋଇଥିଲା । ଦେଖିବା କୁ ଗଲେ ଏବେ ଫୁଲ କୋବି ବେଶୀ ମାତ୍ରାରେ ଚାଷ ହୋଇଥାଏ । କେବଳ ଫୁଲ କୋବି ନୁହେଁ, ତାହା ସହିତ ଅଧିକ ଦିନ ବାଇଗଣ ଓ ରଞ୍ଜା ଜାତୀୟ ଫସଲ ଭାବେ ପୋଟଳ, ବିନ, କଲରା ଆଦି ଅଧିକ ମାତ୍ରାରେ ସେମାନେ ଚାଷ କରିଥିଲେ । ହେଲେ ଲଗାଣ ବର୍ଷା ଆଜି ସେମାନଙ୍କୁ ଦୁଃଖ କୁ ଦ୍ଵୀଗୁଣିତ କରିଛି । 

ବର୍ଷାର ପ୍ରକୋପରେ ସବୁଜିମା ଭରା କ୍ଷେତ ଯେମିତି ଶ୍ରୀହୀନ ହୋଇ ପଡ଼ିଛି । ଚାଷୀ ଆଉ ବିଲକୁ ଯିବାକୁ ଇଚ୍ଛା ପ୍ରକାଶ କରୁନି । ଯେଉଁ ଆଡ଼େ ଦେଖିଲେ ଫସଲ ଗୁଡ଼ିକ ନଷ୍ଟ ହୋଇ ଯାଇଛି । ତେବେ ଲଗାତାର ଦୁଇ ଦୁଇଟି ଲଘୁଚାପ ସାଙ୍ଗକୁ ଲଗାଣ ବର୍ଷା ପାଇଁ ବିଲରୁ ବର୍ଷା ଜଳ ନିଷ୍କାସନ ହୋଇ ପାରି ନଥିବାରୁ ଅଧିକାଂଶ ପନିପରିବା ଗଛ ନଷ୍ଟ ହୋଇଯାଇଛି । ବର୍ଷା ପରେ ଏହି ଦୁଇ ଦିନ ଖରାରେ ରଞ୍ଜା ଜାତୀୟ ପୋଟଳ ଓ ବିନ ଗଛ ଅବସ୍ଥା ପୁରା ଖରାପ । ମାଣ ମାଣ ବିଲରେ ପୋଟଳ ଓ ବିନ ଗଛ ସଂପୂର୍ଣ୍ଣ ପତ୍ର ଝାଉଳି ଶୁଖି ନଷ୍ଟ ହୋଇଯାଇଛି । ରଞ୍ଜାରୁ ମରିଯାଇଥିବା ପୋଟଳ ଓ ବିନ ଗଛକୁ କାଟି ସଫା କରୁଛନ୍ତି ଚାଷୀ। 

ବାଇଗଣ କିଆରୀରେ ଫଳୁଥିବା ବାଇଗଣ ଗଛ ବର୍ଷା ମାଡ ପରେ ଏବେ ଖରାରେ ଝାଉଁଳି ପଡୁଛି ଏବଂ ବାଇଗଣ ଫଳ ଶୁଖି ପଚି ଝଡିବାରେ ଲାଗିଛି । ଯେଉଁମାନେ କୋବି ଚାଷ କରିଥିଲେ, ସେସବୁ କୋବି ଆଉ ୧୫ଦିନ ରହିଥିଲେ ବଡ ବଡ ହୋଇ ବିକ୍ରି ହେବା ପାଇଁ ବଜାରକୁ ଯାଇଥାନ୍ତା । ହେଲେ ପାଣି ବିଲରେ ଅଧିକ ଦିନ ରହିବା ଫଳରେ ଗଛ ଝାଉଁଳି ଗଲାଣି ଓ ଛୋଟ ଛୋଟ ଫୁଲ କୋବିରେ ପୋକ ଲାଗିବା ଆରମ୍ଭ କଲେଣି । ସେଥିରେ କୀଟ ନାଶକ ପକାଇ ଉଦ୍ଧାର କରିବାକୁ ଉଦ୍ୟମ କରୁଛି ଚାଷୀ । ଏହି କୋବି ଏବେ ବଜାରରେ ବିକ୍ରି ଉପଯୋଗୀ ନୁହେଁ ବୋଲି ଚାଷୀମାନେ କହିଛନ୍ତି । ତେବେ ଏକର ଏକର ପିଛା ଚାଷୀମାନେ ୩୦ ରୁ ୪୦ ହଜାର ଟଙ୍କା ଧାର ଉଦ୍ଧାର କରି ଚାଷ କରିଥିଲେ । ଅଦିନିଆ ଲଗାଣ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କେମିତି ସେ ସବୁର ଭରଣା କରିବେ ସେ ଚିନ୍ତାରେ ପଡିଯାଇଛନ୍ତି ଚାଷୀମାନେ । ଅନ୍ୟପଟେ ଏତେ କ୍ଷତି ହେବା ପରେ ତାଙ୍କ ପାଖରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନାହାଁନ୍ତି । କ୍ଷୟକ୍ଷତି କିଏ ଆକଳନ କରିବ, ସରକାରୀ ସାହାର୍ଯ୍ୟ କିଏ ଦେବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଚାଷୀ । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.