ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ପଣ୍ଡିତ ଅବନ୍ତୀନାଥଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ ; ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ବ୍ୟକ୍ତି ଓ କୃତି ଛାତ୍ରଛାତ୍ରୀ

Published By : Prameya | December 31, 2024 10:12 PM

ସାଲେପୁର,୩୧/୧୨ : ବିଶିଷ୍ଟ ରାମକଥା ପ୍ରବଚକ ଓ ବିଶିଷ୍ଟ ଶିକ୍ଷାବିତ୍‌ ପଣ୍ଡିତ ଅବନ୍ତୀନାଥ ଶତପଥୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସାଲେପୁରସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଅଡିଟୋରିୟମ୍‌ରେ ପଣ୍ଡିତ ଅବନ୍ତୀନାଥଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅର୍ଥାତ୍‌ ପଣ୍ଡିତ ଅବନ୍ତୀନାଥଙ୍କ ସ୍ମୃତି ସମାରୋହ-୨୦୨୪ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଡକ୍ଟର ଗୌତମ ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ ସ୍ୱାଇଁ  ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରଭାତ କିଶୋର ନାୟକ, ଡକ୍ଟର ତନୁଲତା ଦେବୀ ଉପସ୍ଥିତ ଥିଲେ । 

ଉପସ୍ଥିତ ଅତିଥିମାନେ ପଣ୍ଡିତ ଅବନ୍ତୀନାଥଙ୍କ ସମାଜପ୍ରତି ତଥା ଆଧ୍ୟାତ୍ମିକତା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ଯୁବପିଢ଼ି ତାଙ୍କ ପଥ ଅନୁକରଣ କରି ଉଚିତ୍‌ ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଅକ୍ଷୟ କୁମାର ଖଟୁଆ, ଶିକ୍ଷାକ୍ଷେତ୍ରରେ ପ୍ରଦୀପ୍ତ ଆଚାର୍ଯ୍ୟ, ଆଧ୍ୟାତ୍ମିକତା କ୍ଷେତ୍ରରେ ଆଧ୍ୟାତ୍ମିକ ସଙ୍ଗଠନ ଶ୍ରୀ ଶ୍ରୀ ରାମାୟଣ ପ୍ରଚାରିଣୀ ସମିତି ଓ ସାମ୍ବାଦିକତା କ୍ଷେତ୍ରରେ ମନୋଜ ଆଚାର୍ଯ୍ୟଙ୍କୁ ପଣ୍ଡିତ ଅବନ୍ତୀନାଥ ସ୍ମୃତି ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଛି । 

ଆଧ୍ୟାତ୍ମିକ ସଙ୍ଗଠନ ଶ୍ରୀ ଶ୍ରୀ ରାମାୟଣ ପ୍ରଚାରିଣୀ ସମିତି ପକ୍ଷରୁ ବରିଷ୍ଟ କର୍ମକର୍ତ୍ତା ଆଡ୍‌ଭୋକେଟ୍‌ ବିଜୟକେତନ ନାୟକ ଓ ବରିଷ୍ଠ କର୍ମକର୍ତ୍ତା ମିହିର ଜେନା ସ୍ମୃତି ସମ୍ମାନ ଗ୍ରହଣ କରିଛନ୍ତି । ଏହାସହିତ ସ୍ଥାନୀୟ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ମାତୃଭାଷା ଓ ସଂସ୍କୃତିରେ ସର୍ବୋଚ୍ଚ ନମ୍ବର ରଖିଥିବା ୩୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ସହଦେବ ସାହୁ ଓ ଆବାହକ ଚିନ୍ମୟ ରଞ୍ଜନ ଶତପଥୀ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଡକ୍ଟର କୁନ୍ମୟ ରଞ୍ଜନ ଶତପଥୀ ମାନପତ୍ର ପାଠ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.