ମୁନିଗୁଡ଼ା,୦୩/୦୧: ଦୀର୍ଘ ଦୁଇ ସପ୍ତାହ ଧରି ମଣ୍ଡିରୁ ଉଠୁନି ଧାନ । ଏନେଇ ଧାନ ନ ଉଠିବା ଯାଏଁ ଆଜି ବିଧାୟକ ବସି ରହିବାକୁ ନେଇଛନ୍ତି ନିଷ୍ପତି । ତେବେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁମୁଡାବାଲି ସ୍ଥିତ ଧାନମଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଏହି ମଣ୍ଡିରେ ଦୀର୍ଘ ଦୁଇ ସପ୍ତାହ ଧରି ପ୍ରାୟ ୫ ହଜାର ବସ୍ତା ଧାନ ପଡିଥିବା ବେଳେ ଏହାକୁ ଏଫ୍.ଏ.କ୍ୟୁ ମାନର ଧାନ ନାହିଁ ବୋଲି ସରକାର ଧାନ ଉଠାଉ ନଥିବାରୁ ଚାଷୀ ଦିନରାତି ଧାନକୁ ଜଗି ରହିଛନ୍ତି ।ଏନେଇ ଖବରପାଇ ଆଜି ବିଷମକଟକ ବିଧାୟକ ନୀଳମାଧବ ହିକକା ମଣ୍ଡିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସମସ୍ତ ଧାନ ଉଠିବା ପର୍ଯ୍ୟନ୍ତ ମଣ୍ଡିରେ ବସି ରହିଥିବା ଦେଖିବାକୁ ମିଳିଛି। ତେବେ ମଣ୍ଡିରେ ମୁନିଗୁଡା ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ମଣ୍ଡି ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା ଜାରି ରଖିଛନ୍ତି ।