ପ୍ରମୂଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

ଶୁକ୍ରବାରଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ନୂଆବର୍ଷ ଭିଡ଼ ପାଇଁ ୨୪ ତାରିଖରୁ ବନ୍ଦ ଥିଲା କାମ

Published By : Prameya | January 3, 2025 8:24 AM

ପୁରୀ ୦୩/୦୧: ଶୁକ୍ରବାରଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପୂର୍ବାନୁମାନ କରି ରତ୍ନଭଣ୍ଡାର ମରାମତି କାମକୁ ଗତ ମାସ ୨୪ ତାରିଖଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରଦ୍ଧାଳୁଙ୍କ ଭିଡ଼ କମି ଯାଇଥିବାରୁ ୩ ତାରିଖରୁ ପୁନଶ୍ଚ ସରକାରଙ୍କ ଦ୍ୱାରା ଜାରି ଏସ୍‌ଓପି ମୁତାବକ ଏଏସ୍‌ଆଇ ରତ୍ନଭଣ୍ଡାର କାମ କରିବ । ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । 

ସେପଟେ ଆସନ୍ତା ୨୦ ତାରିଖ କିମ୍ବା ୨୨ ତାରିଖ ବେଳକୁ ନାଟମଣ୍ଡପରେ ବାହାର କାଠ ପର୍ଯ୍ୟନ୍ତ ନୂଆ ରାମ୍ପ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏହି ବ୍ୟବସ୍ଥା କରାଯିବା ଦ୍ୱାରା ନୀତି ବିଳମ୍ବ ହେବା ଅଶଙ୍କା ରହିଛି । ଏହାର ପରୋକ୍ଷ ପ୍ରଭାବ ରତ୍ନଭଣ୍ଡାର ମରାମତି ସମୟ ଉପରେ ପଡ଼ିବା ଓ ନିର୍ଦ୍ଧାରିତ ସମୟ ଆହୁରି ସଙ୍କୁଚିତ ହେବା ଆଶଙ୍କା ମଧ୍ୟ ରହିଛି । ତେଣୁ ଏସବୁକୁ ଲକ୍ଷ୍ୟରେ ରଖି ଯେପରି ରତ୍ନଭଣ୍ଡାର ମରାମତି ଓ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ପରିଚାଳନା ଉପରେ ନପଡ଼ିବ ସେଥିନିମନ୍ତେ ପ୍ରଶାସନ ଯୋଜନା କରୁଛି । ସୂଚନାଥାଉକି, ପ୍ରତିଦିନ ସାଢ଼େ ୧୨ଟା ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରି ଏହା ପରଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏଏସ୍‌ଆଇକୁ ମରାମତି କାମ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୩ ମାସ ଭିତରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ ସାରିବାକୁ ଏଏସ୍‌ଆଇ ସମୟ ନେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.