ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ଉଜୁଡା ଫସଲ ଦେଖି ସହି ପାରିଲେନି ଚାଷୀ, କ୍ଷେତରେ ଛାଡ଼ିଗଲା ଜୀବନ

Published By : Prameya | December 31, 2024 2:29 PM

ନିଆଳି, ୩୧/୧୨ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଉଜୁଡ଼ିଗଲା ଧାନ ଫସଲ। କ୍ଷେତରେ ଟଳି ପଡ଼ିଲେ ଚାଷୀ। ନିଆଳି ଥାନା ଅଧିନସ୍ଥ ଅଁଳ ପଞ୍ଚାୟତ ମହଙ୍ଗପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୈଳାସ ପ୍ରଧାନ (୭୫ ବର୍ଷ)।

ସୂଚନାନୁଯାୟୀ, କୈଳାସ ଦୁଇ ଏକରରୁ ଉର୍ଦ୍ଧ୍ଵ ବିଲ ଭାଗ ନେଇ ଧାନ ଚାଷ କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ନଷ୍ଟ ସବୁ ହୋଇଯାଇଥିଲା। ଆଜି ସକାଳ ୮ଟାରେ କୈଳାସ କ୍ଷେତକୁ ଯାଇଥିବା ବେଳେ ଉଜୁଡ଼ା ଫସଲ ଦେଖି ସହି ପାରିନଥିଲେ। କ୍ଷେତରେ ହିଁ ଟଳି ପଡିଥିଲେ। ପାଖ କ୍ଷେତରେ କାମ କରୁଥିବା କିଛି ଲୋକ କୈଳାସଙ୍କୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ। ହେଲେ ସେତେବେଳକୁ କୈଳାସଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଘଟଣାସ୍ଥଳରେ ରାଜସ୍ଵ ନୀରିକ୍ଷକ ପହଞ୍ଚି ତଦନ୍ତ କରିଥିଲେ। ତେବେ କୈଳାସ ଭାଗଚାଷ କରି ପରିବାର ଚଳାଉଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.