କଟକ, ୨୫/୧୨ : ରେଭେନ୍ସା ଅଧ୍ୟାପିକା ଜାଲ୍ ସରକାରୀ ଚିଠି ବ୍ୟବହାର କରିବା ଘଟଣାରେ ଲିଖିତ ଭାବେ ଗଣମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ ଅଧ୍ୟାପିକା । ତାଙ୍କୁ ଜାଲ ସରକାରୀ ଚିଠି ଦେଇଥିବା ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କଲେ । ଜାଲ ସରକାରୀ ଚିଠି ଅଧ୍ୟାପିକାଙ୍କୁ ଦେଇଥିବା ବ୍ୟକ୍ତି ସୂର୍ଯ୍ୟମଣି ତ୍ରିପାଠୀ । ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ ନକଲି ଆଇ ଏ ଏସ ଅଫିସର ପରିଚୟ ଦେଇଥିଲେ ।
ତାଙ୍କ ନକଲି ପରିଚୟ ପତ୍ର ନେଇ ମାଲଗୋଦାମ ଥାନାକୁ ଜଣାଇଲେ ଅଧ୍ୟାପିକା । ପୂର୍ବରୁ ଏହି ସୂର୍ଯ୍ୟମଣି ତ୍ରିପାଠୀ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ଠକିବା ଘଟଣାରେ ଇଓଡବ୍ଲ୍ୟୁ ଦ୍ଵାରା ଗିରଫ ୩୦ ଅକ୍ଟୋବର ୨୦୨୧ ରେ ଗିରଫ ହୋଇଥିଲେ। ପୂର୍ବରୁ ଗତ ୧୨ତାରିଖରେ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଲାଲବାଗ ଥାନାରେ ଅଧ୍ୟାପିକାଙ୍କ ବିରୁଦ୍ଧରେ ଦିଆଯାଇଥିଲା ଏତଲା।
୨୦୧୯ ମସିହାରେ ଅଧ୍ୟାପିକା ଏହି ଜାଲ ସରକାରୀ ଚିଠି ବ୍ୟବହାର କରି ଏନୋସି ନେଇ ନିର୍ବାଚନ କାର୍ଯ୍ୟରେ ଯୋଗ ନ ଦେଇ ରାଜସ୍ଥାନର ଜୟପୁର ୟୁନିଭରସିଟିରେ ଏକ କୋର୍ସ କରିବା ପାଇଁ ଯାଇଥିବା ନେଇ ଅଭିଯୋଗ ହୋଇଥିଲା।