ଚନ୍ଦାହାଣ୍ଡି,୨୫/୧୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ମଣ୍ଡିରେ ୩୦୨ଚାଷୀଙ୍କଠାରୁ କିଣାଯାଇଥିବା ୧୨୭୯୨କ୍ୟୁଣ୍ଟାଲ ଧାନ ବର୍ଷାରେ ଭିଜି ଯାଇଥିବା ନେଇ ମଣ୍ଡି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି l ସେଥିରୁ ଚନ୍ଦାହାଣ୍ଡି ମଣ୍ଡିରେ ଆଜି ବର୍ଷା ଯୋଗୁଁ ଧାନ କିଣା ବାତିଲ ହେବା ବେଳେ ୧୦ଜଣ ଚାଷୀଙ୍କ ୫୦୦କ୍ୟୁଣ୍ଟାଲ ଧାନ ପଡି ରହି ବର୍ଷାରେ ଭିଜିଛି l ଏହାକୁ ନେଇ ଘୋର ଚିନ୍ତାରେ ଚାଷୀ l ଗୋଟିଏ ପଟେ ଏଫେଏକ୍ୟୁ ମାନର ଧାନ କିଣାଯିବ କହି ଆରଏମସି ଏବଂ ଲ୍ୟାମ୍ପ ମଣ୍ଡି ଆରମ୍ଭ ରୁ ଚାଷୀଙ୍କଠାରୁ ଧାନ କିଣୁ ନ ଥିଲେ l
ଏହାକୁ ନେଇ ଚାଷୀଙ୍କ ମୁଣ୍ଡରେ ପଶିଥିଲା ଧାନ ବିକ୍ରି ଚିନ୍ତା l ବର୍ତ୍ତମାନ ୩୦୨ଜଣ ଚାଷୀଙ୍କଠାରୁ ୧୨୭୯୭କ୍ୟୁଣ୍ଟାଲ ଧାନ କିଣାଯାଇଥିବା ମଣ୍ଡି କର୍ତ୍ତୃପକ୍ଷ ପ୍ରକାଶ କରୁଛନ୍ତି l ବର୍ତ୍ତମାନ ଏଫେଏକ୍ୟୁ ଧାନ ଆସିଲା କୁଆଡୁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଛି l କ୍ୟୁଣ୍ଟାଲ ପିଛା ୪କେଜି ଧାନ କଟନୀକୁ ନେଇ ମିଲର ଧାନ ଉଠାଇବାକୁ ରାଜି ହେବାରୁ l ଚାଷୀଙ୍କଠାରୁ ଧାନ କିଣାଯାଇଥିବା ନେଇ ଶୁଣିବାକୁ ମିଳୁଛି l ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ପୃଥିରାଜ ମେହେରଙ୍କୁ ପଚାରିବାରୁ ୪କେଜି କଟନୀ ବାବଦରେ ତାଙ୍କ ପାଖରେ କୌଣସି ରିପୋର୍ଟ ନ ଥିବା ପ୍ରକାଶ କରିଛନ୍ତି l ଏ ସମ୍ପର୍କରେ ବିଡିଓ ରାମକୃଷ୍ଣ ନାୟକଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ରିପୋର୍ଟ ଆରଏମସି କିମ୍ବା ଲ୍ୟାମ୍ପ ଦେଇ ନାହାନ୍ତି l ଏଥିପ୍ରତି ଦୃଷ୍ଟିଦେବେ ବୋଲି ସେ ପ୍ରକାଶ କରିଛନ୍ତି l
ଏ ସମ୍ପର୍କରେ ଲ୍ୟାମ୍ପ ଏମଡି ବାବୁଲା ସ୍ୱାଇଁଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ଏହା ମିଲର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ମିଲର ଧାନ ଉଠାଇବାକୁ ରାଜି ହୋଇ ଥିଲା ବୋଲି ସେ ପ୍ରକାଶ କରିଛନ୍ତି l କେବଳ ଚିଲିଗାଁ ମଣ୍ଡିରୁ ୧୬୦୦କ୍ୟୁଣ୍ଟାଲ ଧାନ ଉଠାଇ ଆଉ ଚନ୍ଦାହାଣ୍ଡି ଆସୁ ନ ଥିବାରୁ ବାକି ଧାନ ମଣ୍ଡିରେ ପଡି କି ରହିଛି ବୋଲି ସେ ସୂଚନା ଦେଇଛନ୍ତି l ଗୋଟିଏ ପଟେ ମିଲର ସରକାରଙ୍କଠାରୁ ୬୭କେଜି ଚାଉଳ ଦାବି କରିବା ସହ ଏପଟେ ଚାଷୀଙ୍କଠାରୁ କ୍ୟୁଣ୍ଟାଲ ପିଛା ୪କେଜି କଟନୀ ଗୋଟିଏ ପଟେ ସରକାର କହୁଛି କଟନୀ ଛଟନୀ ନାହିଁ ବିନା କଟନୀରେ ୩୧୦୦କ୍ୟୁଣ୍ଟାଲରେ ଧାନ କିଣାଯିବ l ଏପଟେ ଏଫେକ୍ୟୁ ନାମରେ ଚାଷୀଙ୍କଠାରୁ ଫାଇଦା ଉଠାଉଛି ମିଲର l ଚାଷୀ ନିଜ ମଜବୁରିରେ ବିକିବାକୁ ବାଧ୍ୟ ହେଉଛି l ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l