ପ୍ରମୂଖ ଖବର
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ୟୁଟ୍ୟୁବ୍ ଦେଖି ଗୁଣିଗାରେଡି କରୁଥିଲେ ସାର୍, ଧରାପଡ଼ିଲେ...

Published By : Prameya | December 25, 2024 2:50 PM

ବାସୁଦେବପୁର,୨୫/୧୨ : ବାସୁଦେବପୁର ବ୍ଲକ ଇରମ ଶହିଦ୍‌ ମେମୋରିଆଲ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁଣିଗାରେଡ଼ି ଆତଙ୍କ ଖେଳିଯାଇଛି । ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଭୋଳାନାଥ ବାରିକ୍‌ ନିଜର ସ୍ୱାର୍ଥ ପାଇଁ ବିଦ୍ୟାଳୟ ପରିସରରେ ଗୁଣିଗାରେଡି କରିବା ଘଟଣା ସିସିଟିଭି ଫୁଟେଜରେ କଏଦ୍‌ ହେବା ପରେ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି । ଫଳରେ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାକୁ ୮ ଦିନ ବିତିଯାଇଥିଲେ ବି ଏବେ ଏହି ଭିଡିଓ ସମସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । 

ଏହି ଘଟଣାକୁ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହନ୍ତି, ମୁଁ ଏହି ବିଦ୍ୟାଳୟରୁ ବଦଳି ହେବାକୁ ଚାହୁଁଛି । ସେଥିପାଇଁ ମୁଁ ୟୁଟୁବ୍‌ରୁ ଭିଡିଓ ଦେଖି ଗୁଣିଗାରେଡି ଶିଖି ଏଠାରେ ପ୍ରୟୋଗ କରିଥିଲି ବୋଲି ସ୍ୱୀକାର କରିଛନ୍ତି । ସିସିଟିଭି ଫୁଟେଜରେ ନିଜେ ପ୍ରଧାନଶିକ୍ଷକ ଶ୍ରୀ ବାରିକ୍‌ ଓ ତାଙ୍କ ସ୍ତ୍ରୀ ଆସି ଉକ୍ତ ବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଏକ ଗାତ ଖୋଳି ସାଥିରେ ଆଣିଥିବା ଲେମ୍ବୁ, ଗୁଆ, ପଇସା ଓ ଫୁଲ ପୋତି ଦେଇଥିଲେ । ଏହି ଘଟଣା କୌଣସି କର୍ମଚାରୀ ଦେଖିନଥିଲେ କି ଜାଣିନଥିଲେ । ଉକ୍ତ ସାମଗ୍ରୀ ପୋତିଥିବା ସ୍ଥାନରେ ବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ନିତ୍ୟାନନ୍ଦ ବିଶ୍ୱାଳ ପରିଶ୍ରା କରିଦେଇଥିଲେ । ପରବର୍ତ୍ତି ଦିନ ସେ ବିଦ୍ୟାଳୟକୁ ଆସୁଥିବା ସମୟରେ ମୁଖ୍ୟଫାଟକ ନିକଟ ରାସ୍ତା ଉପରେ ହଠାତ ତଳେ ପଡିଯାଇ ଚିତ୍କାର କରିଥିଲେ । ଏପରିକି ଶ୍ରୀ ବିଶ୍ୱାଳଙ୍କ ମତିଭ୍ରମ ହେଲା ପରି ସେ ବିଭିନ୍ନ କଥା କହିବା ଆରମ୍ଭ କରିଥିଲେ । 

ଏପରି ଘଟଣା ଦେଖି ତୁରନ୍ତ ସାଥୀ କର୍ମଚାରୀ ପହଞ୍ଚି ଶ୍ରୀ ବିଶ୍ୱାଳଙ୍କୁ ପାଣି ଛାଟି ଏକ ସ୍ଥାନରେ ବସାଇବା ପରେ ସ୍ୱସ୍ଥ ଅନୁଭବ କରିଥିଲେ । ଏହି ଘଟଣା ଦେଖିବା ପରେ ବିଦ୍ୟାଳୟ କର୍ମଚାରୀଙ୍କ ସନ୍ଦେହ ହେବାରୁ ସିସିଟିଭି କ୍ୟାମେରା ଦେଖିବା ପରେ ସମସ୍ତ ଘଟଣା ଜାଣି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ । ପରେ ପ୍ରଧାନ ଶିକ୍ଷକ ଘଟଣା ସମ୍ପର୍କରେ ସ୍ୱୀକାର କରିବା ସହିତ ଏପରି ପୁନର୍ବାର ହେବ ନାହିଁ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଗୁଣିଗାରେଡି ଏକ ଅନ୍ଧବିଶ୍ୱାସ ହୋଇଥିବାବେଳେ ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଦ୍ୟାଳୟର ଅବିଭବାକମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏପରି ଏକ ସମ୍ବେଦନଶୀଳ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେଣୁ ଉକ୍ତ ବିଦ୍ୟାଳୟର ଏପରି କାରନାମାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ଏହାର ଉଚ୍ଚ ପଦସ୍ଥ ତଦନ୍ତ ହେବା ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.