ପ୍ରମୂଖ ଖବର
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

କାରସାଦି କରି ଦଲାଲ ଉଠାଇ ନେଲେ ମନରେଗା ଓ ଆବାସ ଟଙ୍କା, ବିଡିଓଙ୍କ ଦ୍ୱାରସ୍ଥ ପରିବାର

Published By : Prameya | December 25, 2024 3:12 PM

ନବରଙ୍ଗପୁର,୨୫/୧୨ : ବୟସ ୭୦ ଟପିଲାଣି । ଶଯ୍ୟାରୁ ଉଠିବାକୁ ଶକ୍ତି ନାହିଁ । ଘର ଅଗଣାରେ ଚାଲିବାକୁ ସାହାରା ଖୋଜୁଛନ୍ତି । ଅଥଚ ଗାଁଠୁ ୨କିମି ଦୂରରେ ମନରେଗା କାମରେ କୋଡ଼ି କୋଦାଳ ଧରି ଶ୍ରମିକ ଭାବେ କାମ କରୁଛନ୍ତି । ଏମିତି ଦର୍ଶାଇ ବୃଦ୍ଧାଙ୍କ ଟଙ୍କା ଉଠାଣ ହୋଇଛି । କାରସାଦି କରିଛନ୍ତି ସ୍ଥାନୀୟ ଦଲାଲ । ବୃଦ୍ଧାଙ୍କୁ ଫୁସୁଲାଇ ସତ ମିଛ କହି ମନରେଗା ସମେତ ତାଙ୍କର ଆବାସ ଯୋଜନା ଟଙ୍କା ଲୁଟି ନେଇଛନ୍ତି ଦଲାଲ । ଏଭଳି ଠକେଇ ଘଟଣା ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ଥାନା ପାତ୍ରି ପଞ୍ଚାୟତ ଜାନୀଗୁଡ଼ାରେ । ଠକେଇର ଶିକାର ହୋଇଛନ୍ତି ଗାଁର ତୁଳସା ଜାନୀ । ଅଭିଯୋଗ ପରେ ଠକେଇ ସମ୍ପର୍କରେ ତଦନ୍ତ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଠକେଇ ସମ୍ପର୍କରେ ଖୁଲାସା ହୋଇନି । ଏପରିକି ଦଲାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ପ୍ରଶାସନ ପକ୍ଷରୁ ଅବହେଳା କଲେ ଏଭଳି ଠକେଇ ବଢ଼ିବ ଏବଂ ଅସହାୟ ଲୋକେ ଶୋଷଣର ଶିକାର ହେବେ ବୋଲି ମତପ୍ରକାଶ ପାଇଛି । 

ଅଭିଯୋଗ ଅନୁସାରେ, ତୁଳସା ଜାନୀ ଗାଁଠୁ ୨ କିମି ଦୂର ଖଇରା ଗାଁରୁ ପଣ୍ଡରିପାଣି ଗାଁ ପର୍ଯ୍ୟନ୍ତ ଏକ ଡ୍ରେନ୍‌ ନିର୍ମାଣରେ ୧୩ ଦିନ ଧରି କାମ କରିଥିବା ଦର୍ଶାଯାଇଛି । ୨ ଥରରେ ତାଙ୍କ ବ୍ୟାଙ୍କ ଖାତାରେ ୪ ହଜାର ୫୭୬ ଟଙ୍କା ଜମା କରାଯାଇଛି । ଏହି ଟଙ୍କାକୁ ଦଲାଲମାନେ ବୃଦ୍ଧାଙ୍କ ଟିପଚିହ୍ନ ନେଇ ବ୍ୟାଙ୍କରୁ ଉଠାଇଛନ୍ତି । କେବଳ ମନରେଗା ନୁହେଁ, ଏହାପୂର୍ବରୁ ଗତ ନଭେମ୍ବର ୨୬ରେ ତାଙ୍କ ଆବାସଗୃହ ଟଙ୍କା ମଧ୍ୟ ଅନୁରୂପ ଭାବେ ହଡ଼ପ କରାଯାଇଥିବା ନେଇ ପରିବାର ଲୋକଙ୍କ ସହଯୋଗରେ ବୃଦ୍ଧା ପାପଡ଼ାହାଣ୍ଡି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଶୁଣି ବିଡିଓ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ବୃଦ୍ଧା କହିଛନ୍ତି । ବୃଦ୍ଧାଙ୍କ ପୁଅ ସୁଦର୍ଶନ ଜାନୀ ଓ ବୋହୂ ଆସମତୀ ଜାନୀ କହିଛନ୍ତି, ବୟସାଧିକ୍ୟ କାରଣରୁ ଦୀର୍ଘଦିନ ହେଲା ବୃଦ୍ଧାଜଣଙ୍କ କୌଣସି କାମ କରିପାରୁ ନାହାନ୍ତି । ସେମାନେ ଗରିବ ଜମିହୀନ ପରିବାରର । ବୃଦ୍ଧାଙ୍କୁ ଏବେ ମାସିକ ୧ ହଜାର ଟଙ୍କା ଭତ୍ତା ଓ ସରକାରଙ୍କ ତରଫରୁ ଚାଉଳ ମିଳୁଛି । ପୁଅ ଏକ ଦୋକାନରେ କାମ କରି ମାସିକ ୭ ହଜାର ଟଙ୍କା ରୋଜଗାର କରୁଛନ୍ତି । ଅଭାବ ଅନଟନରେ ଚଳୁଥିବା ବୃଦ୍ଧାଙ୍କ ନାଁରେ ମନରେଗା ଟଙ୍କା ହଡ଼ପ କରାଯାଇଛି । 

ଅନ୍ୟପକ୍ଷରେ ପାପଡ଼ାହାଣ୍ଡି ବ୍ଲକରୁ ଦାଦନ ଶ୍ରମିକଙ୍କ ସୁଅ ରୋକିବା ଲାଗି ଅନ୍ୟ ବ୍ଲକ ଅପେକ୍ଷା ପାପଡ଼ାହାଣ୍ଡି ବ୍ଲକରେ ମନରେଗା ମଜୁରି ଅଧିକ ରହିଛି । ଅନ୍ୟ ବ୍ଲକଗୁଡ଼ିକରେ ଦୈନିକ ୨୩୭ଟଙ୍କା ମଜୁରି ମିଳୁଥିବା ବେଳେ ପାପଡ଼ାହାଣ୍ଡି ବ୍ଲକରେ ମନରେଗାରେ ୩୫୨ ଟଙ୍କା ପ୍ରଦାନ କରାଯାଉଛି । ଅଥଚ ଏହାର ସୁଯୋଗ ପ୍ରକୃତ ଶ୍ରମିକଙ୍କୁ ମିଳୁ ନାହିଁ । ଜିଆର୍‌ଏସ୍‌ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ମନରେଗା ଯୋଜନା ଚାଲିଥିବାରୁ ପ୍ରଶାସନ ଦାଦନ ରୋକିବାରେ ବିଫଳ ହୋଇଛି । ଏନେଇ ଜିଲ୍ଲା ପରିଷଦ ସିଡିଓ ବିରଞ୍ଚି ନାରାୟଣ ଦରୱାନଙ୍କୁ ଯୋଗାଯୋଗ କରିବାରୁ ଘଟଣା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.