ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଦିନକ ପରେ ବିଜେଡି ପ୍ରତିଷ୍ଠା ଦିବସ, ନବୀନଙ୍କ ମନ୍ତ୍ରକୁ ଅପେକ୍ଷା କରିଛନ୍ତି ନେତା ଓ କର୍ମୀ

Published By : Prameya | December 25, 2024 12:38 PM

ଭୁବନେଶ୍ୱର,୨୫/୧୨ : ଭୁବନେଶ୍ୱରରେ ଫାଟ । ବ୍ରହ୍ମପୁରରେ ଫାଳ ଫାଳ । ବାଲେଶ୍ୱରରେ ବି ଗଡ଼ବଡ଼। ଏବେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏଭଳି ସ୍ଥିତି ଦେଇ ଗତି କରୁଛି ବିଜୁ ଜନତା ଦଳ (ବିଜେଡି) । ନେତା, କର୍ମୀଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ କୁହୁଳିବାରେ ଲାଗିଛି । କେଉଁଠି ଫାଟ ପଦାକୁ ବାହାରିଲାଣି, ଆଉ କେଉଁଠି ଭିତରେ ଭିତରେ ତୁତୁମେଁମେଁ ଆରମ୍ଭ ହୋଇଯାଇଛି ।  ୨୪ ବର୍ଷର ଲମ୍ବା ରାଜୁତି ପରେ କ୍ଷମତାଚ୍ୟୁତ ବିଜେଡି ଭିତରେ ଏବେ ମାଡ଼ିଯାଇଛି ନିରାଶାର କଳାବାଦଲ । ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳର ଅଧିକାଂଶ ବଡ଼ ନେତା ନିରବ । କାଁ ଭାଁ ନେତାଙ୍କୁ ଛାଡ଼ିଦେଲେ, ଅନେକ ପରାଜିତ ନେତା ସ୍ଥାଣୁ । ଟିକଟ ଦୌଡ଼ରୁ ବାଦ୍‌ ପଡ଼ିଥିବା ଆଶାୟୀ ମୁହଁ ଫେରାଇଲେଣି । ତୃଣମୂଳସ୍ତରରେ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଦଳ ଡେଇଁଲେଣି । ଅନେକଙ୍କୁ ଅନାସ୍ଥା ଭୟ ଗୋଡ଼ାଇଲାଣି । ମମତା ମହାନ୍ତ, ସୁଜିତ କୁମାରଙ୍କ ଭଳି ରାଜ୍ୟସଭା ସାଂସଦ ବିଜେଡି ଛାଡ଼ିବା ପରେ ରାଜ୍ୟସ୍ତରରୁ ନେଇ ତୃଣମୂଳ ଯାଏଁ ବିଜେଡି ନେତା ଓ କର୍ମୀଙ୍କ ବିଶ୍ୱାସ ଦୋହଲି ଯାଇଛି । ଗୋଟିଏ ପଟେ ‘ଅପରେସନ ଲୋଟସ୍‌’ ଡର ଓ ଅନ୍ୟପଟେ ଅନିଶ୍ଚିତତାର ଆଶଙ୍କାରେ ନେତା, କର୍ମୀ ସବୁ ପୀଡ଼ିତ । କେହି କାହାକୁ ଭରସା କରିପାରୁନାହାନ୍ତି ।  

ଏଭଳି ସ୍ଥିତିରେ ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୮ତମ ପ୍ରତିଷ୍ଠା ଦିବସ । ପ୍ରଥମ ପ୍ରତିଷ୍ଠା ଦିବସରୁ ଏଯାବତ୍‌ ଏଭଳି କଠିନ ପରିସ୍ଥିତିକୁ କେବେ ସାମ୍ନା କରିନଥିଲା ଦଳ । ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ୨୭ ବର୍ଷର ଲମ୍ବା ରାଜନୈତିକ ଯାତ୍ରାରେ ସବୁଠାରୁ ବଡ଼ ଆହ୍ୱାନର ସାମ୍ନା କରୁଛନ୍ତି । ନବୀନଙ୍କ ଆଗରେ ବଡ଼ ଆହ୍ୱାନ-କେମିତି ଦଳକୁ ସଂଗଠିତ କରି ପୁଣି ଥରେ ଛିଡ଼ା କରିବେ? କର୍ମୀ, ନେତାଙ୍କ ଭିତରେ କିଭଳି ଫେରାଇ ଆଣିବେ ଆତ୍ମବିଶ୍ୱାସ? ବିଜେଡିକୁ ନେଇ ଯେଉଁ ଅନିଶ୍ଚିତତା ଓ ଆଶଙ୍କା ନେତା, କର୍ମୀଙ୍କ ଭିତରେ ପଶିଗଲାଣି, କେମିତି ତାହାକୁ ଦୂର କରିବେ?  ପ୍ରତିଷ୍ଠା ଦିବସରେ ଏଥର କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରିବ ନାହିଁ ବିଜେଡି । ପ୍ରତି ନିର୍ବାଚନମଣ୍ଡଳୀ ସ୍ତରରେ ସଭା/ସମିତି ହେବ । ହେଲେ ଟିକଟକୁ ନେଇ ନିର୍ବାଚନ ପୂର୍ବରୁ ବିଜେଡିରେ ଯେଉଁଭଳି ଟଣାଓଟରା ସ୍ଥିତି ଦେଖିବାକୁ ମିଳିଥିଲା, ପ୍ରତିଷ୍ଠା ଦିବସ ଆୟୋଜନରେ ତା’ର ପ୍ରଭାବ ପଡ଼ିପାରେ । ଏମିତିକି ଗୋଟିଏ ଗୋଷ୍ଠୀ ଆୟୋଜନର ମଙ୍ଗ ଧରିଲେ, ଆଉ କିଛି ଗୋଷ୍ଠୀ ଏଥିରୁ ଦୂରେଇ ଯାଇପାରନ୍ତି । ସଙ୍କଟ ସମୟରେ ଦଳକୁ ଏକାଠି ରଖିବାକୁ ନବୀନ ଅଣ୍ଟା ଭିଡ଼ିଛନ୍ତି । 

ବ୍ରହ୍ମପୁର ବିବାଦ ତୁଟାଇବା ପରେ ନବୀନ ବାଲେଶ୍ୱର ଜିଲ୍ଲାର ନେତାଙ୍କୁ ଡାକି ଆଲୋଚନା କରିଛନ୍ତି । ଟିକଟ କଟିଥିବା ନେତାଙ୍କୁ ବୁଝାଇଛନ୍ତି । ମାତ୍ର ଅସନ୍ତୁଷ୍ଟ ନେତାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହି ସମନ୍ୱୟ ରଖିବା ଭଳି ଟାଣୁଆ ସଂଗଠକ ଓ ରଣନୀତିକାର ଭୂମିକା କିଏ ନେବ? ଏଭଳି ଏକ ସମୟରେ ବିଜେଡି ସାଂଗଠନିକ ନିର୍ବାଚନକୁ ଓହ୍ଲାଇବାକୁ ଯାଉଛି । ଇତିମଧ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଗତ ୨୧ ତାରିଖରେ ଶେଷ ହୋଇଛି । ଦଳୀୟ ସୂତ୍ର ଅନୁସାରେ ପ୍ରାୟତଃ ସବୁ ନିର୍ବାଚନମଣ୍ଡଳୀରୁ ସଭ୍ୟ ସଂଗ୍ରହ ତାଲିକା ଆସି ପହଞ୍ଚିଛି । ପ୍ରତିଷ୍ଠା ଦିବସ ପରେ ଚୂଡ଼ାନ୍ତ ସଂଖ୍ୟା ହିସାବ କରାଯିବ । ଏହାପରେ ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରରେ ସାଂଗଠନିକ ନିର୍ବାଚନ ହେବ । ତା’ପରେ ରାଜ୍ୟସ୍ତରୀୟ ସାଂଗଠନିକ ନିର୍ବାଚନ ହେବ ପୂର୍ବରୁ ଦଳର ସଭ୍ୟ ସଂଖ୍ୟା ୧ କୋଟି ଥିବାବେଳେ ଏଥର ଏ ସଂଖ୍ୟା ଟପିବ ବୋଲି ଦଳ ଆଶା ରଖିଛି । ମାତ୍ର ଏହି ସଂଖ୍ୟା ଛୁଇଁବା ନେଇ ଅନେକ ଆଶଙ୍କା ମନରେ ରହିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.