ଭୁବନେଶ୍ୱର,୨୫/୧୨: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ବଡ ଖବର । ଜାନୁଆରୀ ମାସଶେଷ ସୁଦ୍ଧା ପ୍ରଥମ କିସ୍ତିର ଏକ କୋଟି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏହା ପରେ ମାର୍ଚ୍ଚ ମାସରେ ଆରମ୍ଭ ହେବ ଦ୍ୱିତୀୟ କିସ୍ତି । ଦ୍ୱିତୀୟ କିସ୍ତିରେ ଏକାବେଳେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ଟଙ୍କା । ମନ୍ତ୍ରୀ ମାନଙ୍କୁ ସର୍ଭେ କରିବା ପାଇଁ ପ୍ରତି ଜିଲ୍ଲାକୁ ପଠାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଜାନୁଆରୀରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ବଣ୍ଡା ହିତାଧିକାରୀ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଡିସେମ୍ୱର ୨୧ ତାରିଖରେ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ଆଗକୁ ଚତୁର୍ଥ ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାକୁ ଲକ୍ଷ ରଖାଯାଇଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଜମିକୁ ନେଇ କାଗଜପତ୍ର ଯାଞ୍ଚ ପରେ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ ।