ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌

Published By : Harapriya Sethi | December 25, 2024 11:52 AM

ଭୁବନେଶ୍ୱର,୨୫ /୧୨: ଆଗାମୀ ମହାକୁମ୍ଭ ମେଳା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର-ତୁଣ୍ଡଲାଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ଼-ବୋକାରୋ-ଗୟା- ପ୍ରୟାଗରାଜ ଦେଇ ଗଡ଼ିବ । ଏହି ଟ୍ରେନ୍‌ ଆସନ୍ତା ଜାନୁୟାରୀ ମାସ ୧, ୮, ୨୨ ତାରିଖ ଓ ଫେବ୍ରୁଆରୀ ୫, ୧୯, ୨୬ ତାରିଖରେ ଭୁବନେଶ୍ୱର ଠାରୁ ମଧ୍ୟାହ୍ନ ସାଢ଼େ ୧୨ଟାରେ ଛାଡ଼ି କେନ୍ଦୁଝରଗଡ଼ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ଏହି ଟ୍ରେନ୍‌ ପ୍ରୟାଗରାଜ ଷ୍ଟେସନଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ । 

ସେହିପରି ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ଭୁବନେଶ୍ୱରଭଦ୍ରକ-ଗୟା-ପ୍ରୟାଗରାଜ ଦେଇ ଜାନୁଆରୀ ମାସ ୬ ଓ ୨୦ ତାରିଖ ଓ ଫେବ୍ରୁଆରୀ ମାସ ୧୭ ତାରିଖରେ ପୁରୀ ଠାରୁ ମଧ୍ୟାହ୍ନ ସାଢେ ୧୨ଟାରେ ଛାଡ଼ି ଭୁବନେଶ୍ୱର-ଭଦ୍ରକ-ଗୟା- ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍‌ ପ୍ରୟାଗରାଜ ଷ୍ଟେସନଠାରେ ରହିବ । ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୯, ୧୬, ୨୩ ତାରିଖ ଓ ଫେବ୍ରୁୟାରୀ ୬, ୨୦, ୨୭ରେ ଟିଟିଲାଗଡ଼ ଠାରୁ ମଧ୍ୟାହ୍ଣ ସାଢେ୧୨ଟାରେ ଛାଡି ସମ୍ବଲପୁରଝାରସୁଗୁଡା-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ(ଡିଡିୟୁ)-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ବିଶାଖାପାଟନମ୍‌-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍‌ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୯, ୧୬, ୨୩ ତାରିଖ ଓ ଫେବ୍ରୁଆରୀ ମାସ ୬, ୨୦, ୨୭ ତାରିଖରେ ବିଶାଖାପାଟନମ୍‌ ଠାରୁ ଅପରାହ୍ନ ୫.୩୫ମି.ରେ ଛାଡି ରାୟଗଡ଼ା-ଟିଟିଲାଗଡ଼-ରାୟପୁରକଟନୀ ମାର୍ଗ ଦେଇ ପ୍ରୟାଗରାଜ ଯିବ । 

ଏଥିସହ ବିଶାଖାପାଟନମ୍‌ଗୋରଖପୁର-ବିଶାଖାପାଟନମ୍‌ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୫ ଓ ୧୯ ଏବଂ ଫେବ୍ରୁଆରୀ ୧୬ ତାରିଖରେ ବିଶାଖାପଟନମ୍‌ ଠାରୁ ରାତ୍ରି ୧୦ଘ.୨୦ମି.ରେ ଛାଡ଼ି ଭୁବନେଶ୍ୱର- ଅନୁଗୁଳ-ସମ୍ବଲପୁର ସିଟିଝାରସୁଗୁଡ଼ା ମାର୍ଗ ଦେଇ ପ୍ରୟାଗରାଜ ଷ୍ଟେସନ ଠାରେ ରହିବ । ଏହି ଟ୍ରେନ୍‌ର କାର୍ଯ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ବନ୍ଧୀୟ ସୂଚନା ବିଷୟରେ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍‌ ପରିଦର୍ଶନ କରିବାକୁ କିମ୍ବା ଷ୍ଟେସନ ମାନଙ୍କ ଠାରେ ଉପଲବ୍ଧ ସୂଚନା କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.