ଭୁବନେଶ୍ୱର,୨୫/୧୨: ଏବେ ବିନ୍ଦୁ ସାଗରରେ ଅଧାଅଧି କାର୍ଯ୍ୟକ୍ଷମ ଥିବା ଲାଇଟ ଆଣ୍ଡ ସାଉଣ୍ଡ ସୋକୁ ଅଳ୍ପ ଦିନ ମଧ୍ୟରେ ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ପାଖାପାଖି ଇଂରାଜୀ ନୂଆ ବର୍ଷ ଠାରୁ ପର୍ଯ୍ୟଟକ ମାନେ ଏହାର ମଜା ନେଇ ପାରିବେ ବୋଲି ସ୍ଥାନୀୟ କର୍ପୋରେଟର ଶିବ ପ୍ରସାଦ ବେହେରା କହିଛନ୍ତି । ଏହା ସହିତ ବିନ୍ଦୁ ସାଗରରୁ ଦଳ ସଫେଇ କାର୍ଯ୍ୟ ମଧ୍ୟ କରାଯିବ । ଆବଶ୍ୟକ ସ୍ଥାନ ଗୁଡିକରେ ଅତିରକ୍ତ ଆଲୋକୀକରଣ କରାଯିବ । ଯାହା ପ୍ରବାସୀ ଭାରତୀୟଙ୍କୁ ବିଶେଷ ଆକର୍ଷଣ କରିବ ।
ଏହି ପରିପ୍ରେକ୍ଷିରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜାରାଣୀ ମନ୍ଦିର, କେଦାରଗୌରୀ, ଅନନ୍ତ ବାସୁଦେବ, କପିଳେଶ୍ୱର ଆଦି ତୀର୍ଥ ସ୍ଥଳୀ ସବୁକୁ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି କାମନା କରିଛନ୍ତି ସମ୍ପୃକ୍ତ ମନ୍ଦିର ସେବାୟତ ମାନେ । ସୂଚନାଯୋଗ୍ୟ ଯେ, ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଭାରତ ସରକାରଙ୍କ ବୈଦେଶିକ ବିଭାଗ ଆନୁକୂଲ୍ୟରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏହି ଅବସରରେ ସମଗ୍ର ରାଜଧାନୀର ସୌନ୍ଦର୍ଯ୍ୟକରଣ,ରାସ୍ତାଘାଟ ଓ ପର୍ଯ୍ୟଟନସ୍ଥଳୀ ପରିସ୍କାର ପରିଛର୍ନ ଓ ଆଲୋକୀ କରଣ ଆଦି କାର୍ଯ୍ୟ କରାଯାଉଛି ।