ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଆଜିଠୁ ରତ୍ନଭଣ୍ଡାର ମରାମତି ସ୍ଥଗିତ, ୯୦% ସରିଛି ଭିତର କାନ୍ଥ ଓ ଛାତ ପ୍ଲାଷ୍ଟର ଛଡ଼ାଇବା କାମ

Published By : Prameya | December 25, 2024 10:18 AM

ପୁରୀ,୨୫/୧୨ : ବୁଧବାରଠାରୁ ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ୨ ତାରିଖ ଯାଏ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ । ଆଗକୁ ପଡ଼ୁଥିବା ସରକାରୀ ଛୁଟି ଏବଂ ଆସୁଥିବା ନୂଆ ବର୍ଷର ଭିଡ଼କୁ ନିୟନ୍ତ୍ରଣ ସହ ଠାକୁରଙ୍କ ଶୃଙ୍ଖଳିତ ନୀତି ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ୩ ତାରିଖରୁ ପୁନଶ୍ଚ ରତ୍ନଭଣ୍ଡାର କାମ ସରକାରଙ୍କ ଦ୍ୱାରା ଜାରି ଏସ୍‌ଓପି ମୁତାବକ ଏଏସ୍‌ଆଇ କରିବ । 

ସୂଚନା ମୁତାବକ, ଆସନ୍ତାକାଲି ବଡ଼ଦିନ ଛୁଟି ଥିବା ବେଳେ ୨୬ରେ ସଫଳା ଏକାଦଶୀ, ୨୮ ତାରିଖ ଚତୁର୍ଥ ଶନିବାର, ୨୯ ତାରିଖ ରବିବାର, ୩୦ ତାରିଖ ବକୁଳ ଅମାବାସ୍ୟା, ୩୧ ତାରିଖ ଚଳିତ ବର୍ଷ ଶେଷ ଦିନ ଓ ୨୦୨୫ ପହିଲା ନୂଆବର୍ଷ ଆରମ୍ଭ । ତେଣୁ ବଡ଼ଦିନ ଛୁଟି ଓ ନୂଆବର୍ଷ ପାଳନ ନିମନ୍ତେ ପୁରୀକୁ ଯାତ୍ରୀଙ୍କ ଭିଡ଼ ବଢ଼ିବ । ଯାତ୍ରୀମାନେ ପୁରୀ ବୁଲିବା ସହ ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଆସିବେ । ଯେହେତୁ ପ୍ରତିଦିନ ରତ୍ନଭଣ୍ଡାର ମରାମତି ନିମନ୍ତେ ଦ୍ୱିତୀୟ ଭୋଗ ମଣ୍ଡପପରଠାରୁ ପ୍ରାୟତଃ ଦିନ ୧ଟାଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏଏସ୍‌ଆଇକୁ ସମୟ ଦିଆଯାଉଛି ତେଣୁ ଭିତରକାଠ ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଛି । କାମ ସରିବା ପରେ ପରବର୍ତ୍ତୀ ନୀତି ମଧ୍ୟ ଆରମ୍ଭ ହେଉଛି । ତେଣୁ ଭିଡ଼ ଦିନମାନଙ୍କରେ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାଛଡ଼ା ୨୭, ୨୮ ତାରିଖରେ ନାଟମଣ୍ଡପରେ ନୂଆ ବ୍ୟାରିକେଡ୍‌ ଓ ରାମ୍ପ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ କରାଯିବାକୁ ସ୍ଥିର ହୋଇଛି । ତେଣୁ ସାମଗ୍ରିକ ସ୍ଥିତିକୁ ଦେଖି ପ୍ରଶାସନ ସାମୟିକ ରତ୍ନଭଣ୍ଡାର ମରାମତିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.