ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର,୦୪/୦୭: ଜୁଲାଇ ୧୭ ତାରିଖ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ । ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ  ୬୦ମିମି ରହିବ । ଜୁଲାଇ ପ୍ରଥମମାର୍ଦ୍ଧରେ  ରାଜ୍ୟରେ ବର୍ଷା ପରିମାଣ ୨୫% ନିଅଣ୍ଟିଆ  ରହିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

 ପ୍ରଫେସର ପଶୁପାଳକ କହିଛନ୍ତି,  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ  ଦେବଗଡ଼ରେ ୮୦ମିମିରୁ ଅଧିକ ବର୍ଷା  ହୋଇପାରେ । ୩ ଓ ୪ ତାରିଖରେ ମଧ୍ୟମ  ପରିମାଣର ବର୍ଷା ହେବ । ୬ ତାରିଖ ଯାଏ ବିକ୍ଷିପ୍ତ  ସ୍ଥାନରେ ସ୍ପଳ୍ପ ପରିମାଣର ବର୍ଷା ହୋଇପାରେ । 

୧୦ରୁ ୧୭ ତାରିଖ ଭିତରେ ଉତ୍ତର  ଉପକୂଳରେ ମୋଟ ୫୦ରୁ ୬୦ମିମି ବର୍ଷା  ହେବାର ସମ୍ଭାବନା ଅଛି । ବାକି ଅଞ୍ଚଳରେ  ୭୦ରୁ ୮୦ମିମି ବର୍ଷା ହୋଇପାରେ । ଆସନ୍ତା  ୭ ତାରିଖରେ ବଙ୍ଗୋପସାଗରରେ ଏକ  ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।  ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ । 

ଜୁଲାଇ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ  ନିଅଣ୍ଟିଆ ବର୍ଷା ସତ୍ତେ୍ୱ ଚାଷ କାମରେ କୌଣସି  ସମସ୍ୟା ହେବନି । ମଝିରେ ମଝିରେ ବର୍ଷା  ହେବ। ମୌସୁମୀ ବିଳମ୍ବ ଯୋଗୁ ବର୍ଷା ପ୍ରଭାବିତ  ହୋଇଛି । ଏଥିପାଇଁ ବହୁ ସ୍ଥାନରେ ରୋଇବା  ପାଇଁ ଧାନ ତଳି ପ୍ରସ୍ତୁତ ହୋଇପାରିନି । 

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ବି ବିଭିନ୍ନ  ସ୍ଥାନରେ ଭାରୀ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ  କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ  ବିଭାଗ ଆକଳନ କରିଛି ।

 ବୁଧବାର କେନ୍ଦୁଝରରେ  ୩୩.୩ ମିମି ବର୍ଷା ହୋଇଛି । ଚାନ୍ଦବାଲିରେ  ୨୨.୧, ଝାରସୁଗୁଡ଼ାରେ ୧୦.୪, ଯାଜପୁରରେ  ୮, ତାଳଚେରରେ ୪ମିମି ବର୍ଷା ହୋଇଛି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.