ପ୍ରମୂଖ ଖବର
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବିଦା ହେବେ ବାବନା ଭୂତ, ୫୦୦ରୁ ଉର୍ଦ୍ଧ୍ୱ ବର୍ଷ ଧରି ଚାଲିଆସିଛି ପରମ୍ପରା

ପୁରୀ,୦୬/୦୭: ପ୍ରତିବର୍ଷ ରଥଯାତ୍ରା ପୂର୍ବ ଦିନ ଗୌଡ଼ୀୟ ବୈଷ୍ଣବମାନେ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନା କରିଥାନ୍ତି । ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି । ରଥଯାତ୍ରା ଆସିଲେ ଗୌଡ଼ୀୟ ବୈଷ୍ଣବମାନଙ୍କ ସହ ବଙ୍ଗୀୟ ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ମାର୍ଜନାରେ ସାମିଲ ହୋଇଥାନ୍ତି । ପୂର୍ବକାଳରେ ଶ୍ରୀ  ଗୁଣ୍ଡିଚାମନ୍ଦିର ପରିସର ପରିତ୍ୟକ୍ତ ଅବସ୍ଥାରେ ରହୁଥିଲା । କେବଳ ରଥଯାତ୍ରା  ୯ଦିନ ଚତୁର୍ଦ୍ଧାବିଗ୍ରହ ଏଠାରେ ଅବସ୍ଥାନ କରୁଥିବାରୁ ଭକ୍ତମାନେ ଦର୍ଶନ ପାଇଁ  ଆସୁଥିଲେ । ମହାପ୍ରଭୁ ବିଦାୟ ନେବା ପରେ ବର୍ଷର ଅନ୍ୟଦିନ ଏଠାରେ ବାବନା ଭୂତ ରହୁଥିବା ଜନଶ୍ରୁତି ରହିଛି । ତେଣୁ ରଥଯାତ୍ରା ପୂର୍ବଦିନ ଗୁଣ୍ଡିଚା ମନ୍ଦିର ପରିସର ସହ ଚତୁଃପାଶ୍ୱର୍କୁ ଗୌଡ଼ୀୟ ବୈଷ୍ଣବ ସାଧୁସନ୍ଥ ଓ ଭକ୍ତମାନେ ଆସି  ମାର୍ଜନା କରିଥାନ୍ତି । ଏଥିସହ ଗର୍ଭଗୃହ ପ୍ରଭୃତିକୁ ସଫା କରିଥାନ୍ତି । ଏହି ସଫା ହେବା  ପରେ ବାବନାଭୂତ ଗୁଣ୍ଡିଚା ମନ୍ଦିରରୁ ବିଦା ହୋଇଥାଏ ବୋଲି ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.