ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସରକାରୀ କ୍ୱାର୍ଟର୍ସ ଭଙ୍ଗା ଘଟଣା: ବବି ଦାସଙ୍କ ନାଁରେ ଏତଲା

ଭୁବନେଶ୍ୱର,୦୬/୦୭: ସରକାରୀ କ୍ୱାର୍ଟର୍ସ ପରିସରରେ ବେଆଇନ ନିର୍ମାଣ କରିଥିଲେ । ଏବେ ତାକୁ ଭାଙ୍ଗିଛନ୍ତି । ସେଠାରେ କ'ଣ ଚାଲିଥିଲା, ତା'ର  ତଦନ୍ତ ହେଉ । ଏହାକୁ ନେଇ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାଁରେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଛନ୍ତି ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି । ସ୍ୱତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।  

ଆଇନଜୀବୀ କହିଛନ୍ତି, ଯାଜପୁରର ପୂର୍ବତନ ବିଧାୟକ ଶ୍ରୀ ଦାସଙ୍କ  ବିରୋଧରେ ଆମେ ଏତଲା ଦେଇଛୁ । ଏତଲାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛୁ ଯେ, ସେ କାହିଁକି ନିଜ ସରକାରୀ କ୍ୱାର୍ଟର୍ସ ପରିସରରେ ବେଆଇନ  ନିର୍ମାଣ କରିଥିଲେ ଏବଂ ସେଠାରେ କ'ଣ ଚାଲିଥିଲା, ତା'ର ତଦନ୍ତ  ହେଉ । ସରକାରୀ ଘର ନେବା ପରେ ସେଠାରେ କିଛି ନିର୍ମାଣ କାର୍ଯ୍ୟ  କରିବାକୁ ହେଲେ ଅନୁମତି ନେବାକୁ ପଡ଼େ । କିନ୍ତୁ ଶ୍ରୀ ଦାସ ଅନୁମତି  ନେଇ ନଥିଲେ । ସେ ତାଙ୍କ ସରକାରୀ ଘରେ ବେଆଇନ ଭାବେ ନିର୍ମାଣ  କାର୍ଯ୍ୟ କରିଥିଲେ ଓ ତାକୁ ଏବେ ଭାଙ୍ଗି ଦେଇଛନ୍ତି ।  

ତା’ଛଡ଼ା ୟୁନିଟ-୬ ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସଟି ତାଙ୍କୁ  ଆଲଟ୍‌ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ତାଙ୍କ କ୍ୱାର୍ଟର୍ସ ୨ପାଶ୍ୱର୍ରେ  ଥିବା ଅନ୍ୟ ୨ଟି ସରକାରୀ କ୍ୱାର୍ଟର୍ସ ଯଥା- ଭିଆଇଆଇଏମଆର-୨  ଏବଂ ଭିଆଇଆଇଆର-୧ର ପ୍ରାୟ ୪୦% ଜାଗାକୁ ଆଣି ନିଜ କ୍ୱାର୍ଟର୍ସ  ସହ ମିଶାଇ ବିଶାଳ ପାଚେରି ନିର୍ମାଣ କରିଥିଲେ । କାହା ଅନୁମତି  ନେଇ ସେ ଏମିତି କଲେ ତାହାର ମଧ୍ୟ ତଦନ୍ତ ଆବଶ୍ୟକ ବୋଲି  ଆଇନଜୀବୀ କହିଛନ୍ତି । ଏନେଇ କ୍ୟାପିଟାଲ ଥାନା ପୁଲିସ୍‌ କହିଛି ତାଙ୍କ  ଅଭିଯୋଗ ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା  ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.