ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗି ନୀତି

ପୁରୀ,୦୪/୦୭: ମହାପ୍ରଭୁ ସୁସ୍ଥ ହେବାପରେ ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ସେବକମାନେ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଲାଗିଛନ୍ତି । ଗୁରୁବାର ପବିତ୍ର ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହେବ । 

ଅନବସରରେ  ଦଇତାପତି ମହାପ୍ରଭୁଙ୍କର ସେବା ଜାରି  ରଖିଛନ୍ତି । କର୍ପୂର, କେଶର ଓ କସ୍ତୁରୀ  ମିଶ୍ରିତ ଦିବ୍ୟ ଖଳି ଠାକୁରଙ୍କୁ ଲାଗି କରାଯିବ । ମଣିଷ ଶରୀରରେ ଶିରା,  ପ୍ରଶିରା ଓ ଅନ୍ତନାଡ଼ି ପରି ମହାପ୍ରଭୁଙ୍କ  ଶ୍ରୀଅଙ୍ଗରେ ଅକ୍ଷାଂଶ ଓ ଦ୍ରାଘିମା ରେଖା  ପରି ବିଭିନ୍ନ ଛାନ୍ଦ ପଡି ପାଟ ଡୋର ଲାଗି  କରାଯିବ । ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ,  ଘଣ୍ଟା, ମୃଦଙ୍ଗ, କାହାଳୀର ପଟୁଆରରେ  ଖଳିପ୍ରସାଦ ଶ୍ରୀମନ୍ଦିରକୁ ଆସିଥିବ।  ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି  କରାଯିବ । ଶୁଦ୍ଧ ସୁଆରଙ୍କ ଖଳିପ୍ରସାଦ  ଲାଗି ହେଲାପରେ ଖଡ଼ିପ୍ରସାଦ ଲାଗି  କରାଯାଏ । ଭୋଗମଣ୍ଡପ ସରିଲେ  ଦତ୍ତମହାପାତ୍ର ସେବକଙ୍କ ଘରୁ  ଖଡ଼ିପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହେବାର  ବିଧି ଅନୁଷ୍ଠିତ ହେବ । ଏହାପରେ  ଶ୍ରୀଜିଉ ପୂର୍ବାବସ୍ଥାକୁ ଫେରିବେ ।

  • PrameyaOdia
  • prameya
  • puri
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.