ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

"ର’ ଅଫିସର କହି ଚଢ଼ଉ କରୁଥିଲେ, ମାଷ୍ଟର ମାଇଣ୍ଡ ସମେତ ୮ ଧୂର୍ତ୍ତଙ୍କୁ ବାନ୍ଧିଲା ପୁଲିସ

ସମ୍ବଲପୁର/ବାଲେଶ୍ୱର/ରେମୁଣା,୦୪/୦୭: ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସ୍ପେସାଲ୍‌ ୨୬’ର କାହାଣୀ ସମସ୍ତଙ୍କୁ ଜଣା । ସିବିଆଇ ନାଁରେ କିଭଳି ମିଛ ନିଯୁକ୍ତି କରି ଅନେକ ବଡ଼ ଧରଣର ଠକେଇ ହୋଇଥିଲା ଏଥିରେ ଦର୍ଶାଯାଇଛି । ୧୯୮୭ ମସିହାରେ ଘଟିଥିବା ଏକ ଚର୍ଚ୍ଚିତ ଠକେଇକୁ କାହାଣୀର ରୂପ ଏହି ସିନେମାରେ ଦିଆଯାଇଥିଲା । ସମ୍ବଲପୁରରେ ଏହାର ପୁନରାବୃତ୍ତି ହୋଇଛି । ହେଲେ ଏଥିରେ ସିବିଆଇ ନୁହେଁ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌ (ର’) ନାଁରେ ଏହି ଠକେଇ କରୁଥିବା ମାଷ୍ଟର ମାଇଣ୍ଡ ସମେତ ୮ ଜଣ ଧୂର୍ତ୍ତ ପଡ଼ିଛନ୍ତି ପୁଲିସ୍‌ ପଞ୍ଝାରେ । ବାଲେଶ୍ୱର, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଉଠାଇଛି ସମ୍ବଲପୁର ପୁଲିସ୍‌ । ସମସ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚାଲିଛି । 

ସମ୍ବଲପୁର ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ୭ ଦିନ ତଳେ କେତେଜଣ ଯୁବକ ସମ୍ବଲପୁର ହୀରାକୁଦ ଥାନାକୁ ଆସିଥିଲେ । ସେମାନେ ର’ ଏଜେଣ୍ଟ ବୋଲି ଥାନା ଅଧିକାରୀଙ୍କୁ କହିଥିଲେ । ଗୋଟିଏ ସ୍ଥାନରେ ରେଡ୍‌ କରିବାର ଅଛି, ତେଣୁ ସୁରକ୍ଷା ଆବଶ୍ୟକ । ଏଥିପାଇଁ ହୀରାକୁଦ ପୁଲିସ୍‌ର ସହଯୋଗ ଲୋଡ଼ିଥିଲେ । ଏନେଇ ଗୋଟିଏ ଲେଟର୍‌ ମଧ୍ୟ ଦେଇଥିଲେ । ହେଲେ ଲେଟର୍‌ରେ ‘ରେଡ୍‌ ଆକ୍ସନ ୱିଙ୍ଗ’ ଲେଖା ଓ ଭୁଲ ଲୋଗୋ ଥିବାରୁ ପୁଲିସ୍‌ର ସନ୍ଦେହ ବଢ଼ିଥିଲା । ଏନେଇ ଅଧିକ ଖୋଳାତାଡ଼ ପରେ ଏଥିରେ ବିରାଟ ଠକେଇ ର‌୍ୟାକେଟ୍‌ କାମ କରୁଥିବା ଜଣାପଡ଼ିଥିଲା । ଘଟଣାକୁ ନେଇ ସମ୍ବଲପୁରର ହୀରାକୁଦ, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ୩ଟି ଟିମ୍‌ ଚଢ଼ଉ କରି ୮ଜଣ ଧୂର୍ତ୍ତଙ୍କୁ ଅଟକ ରଖିଛି । 

ଧରାପଡ଼ିଥିବା ଏହି ଠକେଇ ନେଟ୍‌ୱର୍କର ମାଷ୍ଟରମାଇଣ୍ଡ ସତ୍ୟରଞ୍ଜନ ସାହୁ (୪୬) । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ    ନରହରିପୁର ପଞ୍ଚାୟତ ଅନ୍ତର୍ଗତ ବେଗମପୁରରେ । ସତ୍ୟରଞ୍ଜନ ନିଜକୁ ର’ ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଇ ଆସୁଥିଲା । ସେ ଏକ ନେଟୱର୍କ ଚଳାଉଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ନେଟୱର୍କ କାମ କରୁଥିଲା । ନେଟୱର୍କ ସହ ଜଡ଼ିତ ଟିମ୍‌ ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଜନାବଦ୍ଧ ଭାବେ ଚଢ଼ଉ କରୁଥିଲେ । ବିଭିନ୍ନ ଆଳ ଦେଖାଇ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରୁଥିଲେ । ମଙ୍ଗଳବାର ସତ୍ୟରଞ୍ଜନର ନେଟୱର୍କର ସଦସ୍ୟମାନେ ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ଏକ ମଦ ଦୋକାନରେ ଚଢ଼ଉ କରିଥିଲେ । ଏହି ସମୟରେ ସେମାନେ ପୁଲିସ୍‌ ନଜରକୁ ଆସିଥିଲେ । 

ମାଷ୍ଟରମାଇଣ୍ଡ୍‌ ସତ୍ୟରଞ୍ଜନ ବିଷୟରେ ସମ୍ବଲପୁର ପୁଲିସ୍‌କୁ ସମସ୍ତ ତଥ୍ୟ ମିଳିଥିଲା । ସମ୍ବଲପୁର ପୁଲିସ୍‌ର ସୂଚନାକ୍ରମେ ରେମୁଣା ପୁଲିସ୍‌ ସତ୍ୟରଞ୍ଜନକୁ ଅଟକ ରଖିଥିଲା । ହୀରାକୁଦ ଥାନା ଏଏସ୍‌ଆଇ ସନ୍ତୋଷ କୁମାର ସେଠ୍‌ଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ବୁଧବାର ରେମୁଣା ଥାନାରେ ପହଞ୍ଚିଥିଲେ । ଅପରାହ୍ଣରେ ସତ୍ୟରଞ୍ଜନକୁ ସମ୍ବଲପୁର ନେଇଯାଇଥିଲେ । ଏହି ନେଟୱର୍କରେ ଆଉ କିଏ କିଏ ଅଛନ୍ତି³ ସେନେଇ ପୁଲିସ୍‌ ପକ୍ଷରୁ ଅଧିକ ତଦନ୍ତ ଚାଲିଛି । ଏ ନେଇ ସତ୍ୟରଞ୍ଜନର ଗ୍ରାମର କେତେଜଣ ଲୋକ  କହିଛନ୍ତି, ସତ୍ୟରଞ୍ଜନ ଦୀର୍ଘ ଦିନ ଧରି ବାହାରେ ରହୁଥିଲା । ପୁନେରେ ଚାକିରି କରୁଥିବା କହୁଥିଲା । ତେବେ ନିଜକୁ ର’ ଏଜେଣ୍ଟ ଭାବେ ପରିଚୟ ଦେଇ ଏଭଳି କାମ କରୁଥିବା ଏବେ ଜଣାପଡ଼ିଛି ବୋଲି ସେମାନେ କହିଛନ୍ତି ।

ପୁଲିସ୍‌ ତଦନ୍ତରୁ ଧୂର୍ତ୍ତ ଗ୍ୟାଙ୍ଗ୍‌ ବିଷୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଅଭିଯୁକ୍ତମାନେ ପୂର୍ବରୁ ଅନେକ ସ୍ଥାନରେ ରେଡ୍‌ କରି ଲକ୍ଷାଧିକ ଟଙ୍କା ଠକିଛନ୍ତି । କେବଳ ଏତିକି ନୁହେଁ³ ଯୋଜନାବଦ୍ଧ ଭାବେ ଏହି ର‌୍ୟାକେଟର ସଦସ୍ୟ ବଡ଼ ବଡ଼ ଅଧିକାରୀ ଓ କମ୍ପାନିକୁ ଟାର୍ଗେଟ୍‌ କରୁଥିଲେ । ଏବେ ସେମାନଙ୍କ ଟାର୍ଗେଟ୍‌ରେ ସମ୍ବଲପୁର ଥିଲା । ହୀରାକୁଦ ଅଞ୍ଚଳର କେତେଜଣ ଯୁବକଙ୍କୁ ମିଥ୍ୟା ନିଯୁକ୍ତିପତ୍ର ଦେଇ ନିଯୁକ୍ତ କରିଥିଲେ । ସମ୍ପୃକ୍ତ ଯୁବକମାନେ ଏ ସମ୍ପର୍କରେ ସାମାନ୍ୟତମ ସୂଚନା ପାଇ ନ ଥିଲେ । ‘ସ୍ପେସାଲ୍‌ ୨୬’ରେ ଯେଭଳି ନିଯୁକ୍ତି ଦେଇ ଠକେଇ ହୋଇଥିଲା, ଏଥିରେ ମଧ୍ୟ ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ଚର୍ଚ୍ଚା ହେଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.