ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ

ଭୁବନେଶ୍ୱର ୦୪/୦୭: ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ପ୍ରସ୍ତୁତ । ଗୁରୁବାରଠାରୁ ସଚିବାଳୟ ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  

ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୂଜା କରାଯିବ । ସକାଳ ସାଢ଼େ ୯ଟାରେ କାର୍ଯ୍ୟାଳୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଗୁରୁବାରଠାରୁ  ନିୟମିତ ଭାବେ ସଚିବାଳୟର ତୃତୀୟ ମହଲାରୁ କାର୍ଯ୍ୟ କରିବେ ମୁଖ୍ୟମନ୍ତ୍ରୀ । 

ଗତ ଜୁନ୍‌ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେଇଥିଲେ ଶ୍ରୀ ମାଝୀ ।  ଶପଥ ଗ୍ରହଣ ପରେ ତତ୍କାଳ ସେଇ  ସନ୍ଧ୍ୟାରେ ହିଁ ସଚିବାଳୟରେ କ୍ୟାବିନେଟ  ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।  ମାତ୍ର ସଚିବାଳୟରେ ତାଙ୍କ କାର୍ଯ୍ୟାଳୟ  ପ୍ରସ୍ତୁତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ  ମାଝୀ ରାଜ୍ୟ ଅତିଥି ଭବନରୁ ନିୟମିତ  କାର୍ଯ୍ୟ ଚଳାଇଥିଲେ । ରାଜ୍ୟ ଅତିଥି ଭବନ  ପାଲଟିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ।  ସେଠାରେ ନିୟମିତ ବିଭିନ୍ନ ବୈଠକ କରୁଥିଲେ  ମୁଖ୍ୟମନ୍ତ୍ରୀ । ପ୍ରତିଦିନ ଶହଶହ ଲୋକେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ବି ଜଣାଉଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.