ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ରଥଖଳା ହାଲ୍‌ଚାଲ୍‌...ରଥରେ କଳସ,ଓଲଟ ଶୁଆ ସ୍ଥାପନ, ପଡ଼ିଲା ୮ମ ହରିବୋଲ

ପୁରୀ,୦୪/୦୭: ମହାପ୍ରଭୁଙ୍କ ବିଶ୍ୱ ପ୍ରସଦ୍ଧ ରଥ ଯାତ୍ରାକୁ ରହିଲା ଆଉ ମାତ୍ର  ୩ ଦିନ। ଏଣୁ ରଥତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ । ବୁଧବାର ନିର୍ମାଣକାରୀ ରଥରେ କଳସ ଉଠାଇଛନ୍ତି । ଏଥିସହ ଅଁଳା ଓ ଓଲଟଶୁଆ ସ୍ଥାପନ କରାଯାଇଛି । ତିନି ରଥରେ ତିନୋଟି କଳସ ଓ  ୬ଗୋଟି ଓଲଟଶୁଆ ସ୍ଥାପନ କରାଯାଇଛି । ମହାପ୍ରଭୁଙ୍କ ରଥରେ କଳସ ଉଠାଇବା ପରେ ଅଷ୍ଟମ ଥର ପାଇଁ  ହରିବୋଲି ଧ୍ୱନୀ ଦେଇଛନ୍ତି ଭୋଇ ସେବକ । ରଥରେ କନ୍ୟା ପଟା ଓ ହଂସ ପଟା ଲାଗିଛି । ସେହିପରି ରଥରେ କନାମଣ୍ଡଣି ଆରମ୍ଭ ହୋଇଛି ।  

ରଥ ତ୍ରୟରେ ଲାଗିଛି ୩୨ କନ୍ୟା ପଟା । ଚକ  ଅନୁଯାୟୀ ଲାଗିଛି କନ୍ୟା ପଟା । କେବଳ ନାହାକା ଚକ  ସମ୍ମୁଖରେ କନ୍ୟା ପଟା ଲାଗି ନଥାଏ । ନନ୍ଦିଘୋଷରେ  ୪ଟି ନାହାକା ଚକ । ଏଣୁ ୧୬ ଚକ ମଧ୍ୟରୁ ୧୨ଟି ଚକ  ଅନୁସାରେ କନ୍ୟା ପଟା ଲାଗିଛି । ତାଳଧ୍ୱଜ ରଥର ୧୪ଟି ଚକରୁ ୨ଟି ନାହାକାକୁ ଛାଡ଼ି ୧୨ଟି କନ୍ୟା  ପଟା ଲଗାଯାଇଛି । ଦର୍ପଦଳନ ରଥର ୪ ନାହାକା  ଚକ ଥିବାରେ ୧୨ଟି ଚକ ସ୍ଥାନରେ  ଲାଗିଛି ୮ଟି କନ୍ୟା ପଟା । ଗୟଳ  ଓ କୁଡ଼ୁକାକୁ ମିଶାଇ କନ୍ୟା ପଟା  ପିଟାଯାଇଛି । ରଥ କାର୍ଯ୍ୟ ସାରିବାକୁ  ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର୍ଯ୍ୟ  ଯୋରଦାର ଚାଲିଛି । ରୂପକାରଙ୍କ ପ୍ରଭା  ଖୋଦେଇ କାର୍ଯ୍ୟ ପ୍ରାୟ ଶେଷ ।   

ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ  ତଳମହଲାରେ ଚିତ୍ରକର କାର୍ଯ୍ୟ  ସାରୁଛନ୍ତି । ପାଶ୍ୱର୍ଦେବାଦେବୀ, ସଖୀ, ଶିଖରଡ଼ମ୍ବରୁ  ଚିତ୍ର ସରୁଛି । ତିନି ରଥରେ ଶିଖରଡମ୍ୱରୁ  ଲଗାଯିବାପରେ ୨୭ ପାଶ୍ୱର୍ଦେବାଦେବୀଙ୍କୁ ସ୍ଥାପନ  କରାଯିବ । ୧୨ ଅଶ୍ୱରେ ରଙ୍ଗ ଦିଆ ଚାଲିଛି । ରଥରେ ଧ୍ୱଜବତା ଓ କଣଫାଉଡା ଲଗାଯାଇଛି । କଣଫାଉଡ଼ାରେ  ମଣ୍ଡଣି ବତା ଲଗାଯାଇଛି । ଏହାଦ୍ୱାରା ରଥ ହୃଷ୍ଟପୃଷ୍ଠ  ଓ ସୁନ୍ଦର ହେବ । ତିନି ରଥରେ କନାମଣ୍ଡଣି ଚାଲିଛି ।  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକ କନା ସିଲାଇରେ  ବ୍ୟସ୍ତ ରହିଛନ୍ତି । ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇବେ । ରଥକାମ ଶେଷ  ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.