ନୀଳଗିରି,୩।୭ : ସେରଗଡ଼ ଝରଣାଘାଟି ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଘାଟଘରସାହି ନିକଟରେ ଏକ ସ୍ପର୍ପିଓ ଯାଉଥିବା ବେଳେ ହଠାତ ନିଆଁ ଲାଗି ଜଳି ଥିଲା। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ଚାଳକ।
ଏକ ସ୍କର୍ପିଓ ଗାଡିଟି ନୀଳଗିରି ରୁ ଟାଙ୍ଗଣା ଅଭିମୁଖେ ଯାଉଥିବା ବେଳେ ଘାଟଘରସାହି ନିକଟରେ ହଠାତ୍ ହୁତୁହୁତୁ ହୋଇ ଜଳି ଉଠିଥିଲା। ଗାଡିରେ ଯାଉଥିବା ଉକ୍ତ ଗାଡ଼ିର ମାଲିକ ଅଭିମନ୍ୟୁ ବୁଗୁଡେଇ ଘରକୁ ଫେରୁଥିବା ବାଟରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଗାଡିଟି ଜଳୁଥିବା ବେଳେ ନିଆଁ ପ୍ରକୋପରେ ପାଖକୁ କେହି ଯାଇପାରି ନଥିଲେ। ପାଖ ଅଞ୍ଚଳରୁ କିଛି ଯୁବକ ଅଗ୍ନି ନିରୋଧକ ସିଞ୍ଚନ କରିଥିବାରୁ ନିଆଁ ସାମାନ୍ୟ ଆୟତ୍ତ ହୋଇଥିଲା। ଖବର ପାଇ ନୀଳଗିରି ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛି।