ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ସୁସ୍ଥ ହେଲେ ମହାପ୍ରଭୁ, ରାଜପ୍ରାସାଦ ବିଜେ ନୀତି ସମାପନ

ନୀଳଗିରି,୩/୭ : ଗୁରୁବାର ଅଣସରବର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ରାଜ ପ୍ରାସାଦ ବିଜେ ନୀତି ପାଳନ ହୋଇଥାଏ । ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ଏହି ପରମ୍ପରା ପାଳନ ହୋଇଛି। ଦେବସ୍ନାନ ମଣ୍ଡପରୁ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ପ୍ରବେଶ ପରେ ଅସୁସ୍ଥ ଥିଲେ ତିନି ଠାକୁର । ଅଣସରବର ତିଥିର ଷଷ୍ଠୀରେ ଫୁଲୁରୀ ତେଲ ଲାଗି ହେବା ପରେ ତିନି ଠାକୁର ଆସ୍ତେ ଆସ୍ତେ ସୁସ୍ଥ ହୋଇଥିଲେ । 

ଦଶମୀରେ ରାଜବୈଦଙ୍କ ଘରୁ ଦଶମୂଳ ଲାଗି କରାଯିବା ପରେ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଖଳି ଲାଗି ନୀତି ସମ୍ପନ୍ନ ହୋଇଥିଲା। ଆଜି ଦ୍ଵାଦଶୀ ତିଥିରେ ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ  ବେହରଣ ଦ୍ୱାର ଫିଟିବା ପରେ ମନ୍ଦିରରୁ ପୂଜକ ଓ ସେବକମାନେ ରାଜପ୍ରାସାଦ ବିଜେ କରିଥାନ୍ତି । 

ସୁସ୍ଥ ଖବରପାଇ ପାଟପଟୁଆରରେ ଘଣ୍ଟ, ଛତା, କାହାଳି ବଜାଇ ଚନ୍ଦନ ପାଟବସ୍ତ୍ର ଧରି ରାଜପ୍ରାସାଦରେ ପହଞ୍ଚିଥିଲେ । ମହାପ୍ରଭୁଙ୍କ ସୂସ୍ଥ ହେବା ଖବର ରାଜାଙ୍କୁ ସୂଚନା ଦେବାମାତ୍ରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ, ରାଣୀ ମନୋଜା ମଞ୍ଜରୀଦେବୀ ବେଶ ଖୁସି ଅନୁଭବ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.