ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣିଗାରେଡି ସନ୍ଦେହରେ ୨ ମହିଳା ଓ ଜଣେ ପୁରୁଷକୁ ହତ୍ୟା…

ନୀଳଗିରି/ଔପଦା ୪/୦୭: ତିନି ଦିନ ପରେ ଜଙ୍ଗଲରୁ ମିଳିଲା ୨ ମହିଳା ଓ ଜଣେ ପୁରୁଷ ଙ୍କ ମୃତଦେହ । ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ନିକଟ ଗ୍ରାମ୍ୟ ଜଙ୍ଗଲରେ । ଘଟଣାକୁ ନେଇ ପୋଲିସର ଛାନଭିନ ପରେ ୭ ଜଣଙ୍କୁ ଅଟକ ରଖାଯାଇଛି । ସେପଟେ ଗାଁ ପୁରୁଷ ଶୂନ୍ୟ ହୋଇଥିବା ଜଣାପଡିଛି । 

ସୂଚନାଯୋଗ୍ୟ ଔପଦା ଥାନା ବଡ଼ପୋଖରୀ ଗ୍ରାମର ଜାଲିଆ ସିଂଙ୍କ ପତ୍ନୀ ସୋମବାରି ସିଂ (୩୭), ଦାମ୍ପା ସିଂ(୪୫) ଓ ତାଙ୍କ ପତ୍ନୀ ସୁକାନ୍ତି ସିଂ(୩୮)ଙ୍କୁ ଗ୍ରାମର କିଛି ବ୍ୟକ୍ତି ଗୁଣି ଗାରେଡି କରୁଥିବା ସନ୍ଦେହ କରି ଏହି ତିନି ଜଣଙ୍କୁ ହତ୍ୟା କରିଥିବାର ସମବାରିଙ୍କ ପୁତ୍ର ନିରଞ୍ଜନ ସିଂ ଆଜି ଥାନାରେ ଅଭିଯୋଗ କରିଛନ୍ତି । ଏହି ତିନି ଜଣ ଗତ ୧ ତାରିଖରୁ ନିଖୋଜ ଥିଲେ । ଖବର ପାଇ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହରଣା ସଦଳ ବଳେ ଖୋଜା ଖୋଜି କରି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ତିନିଜଣଙ୍କ ମୃତ ଦେହ ଠାବ କରିଥିବାର ଜଣାଯାଇଛି । ଜଙ୍ଗଲରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ମୃତଦେହ ପୋତିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି। ଗତ ୦୧ ତାରିଖ ରେ ୧୫ରୁ ଉର୍ଦ୍ଧ୍ବ ଲୋକ ପ୍ରଥମେ ମୃତକ ତିନିଜଣଙ୍କୁ ବାଡ଼ିରେ ନିସ୍ତୁକ ପିଟି ପିଟି ହତ୍ୟା କରିଛନ୍ତି । ପରେ ସେମାନଙ୍କ ପାହାଡ଼ ଉପରକୁ ନେଇ  ସେଠାରେ କଟୁରୀ ସାହାଯ୍ୟରେ ସେମାନଙ୍କର ଗଳା କାଟି ୫୦ ମିଟର ବ୍ୟବଧାନ ରେ ତିନିଜଣଙ୍କୁ ଫୋପାଡି ଦେଇଥିବା ଜଣାପଡିଛି । ତେବେ ସୋମବାରୀ ସିଂଙ୍କର ମୁଣ୍ଡ ଦେହରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ସୂଚନା ମିଳିଛି ।

ସନ୍ଧେହରେ ପୋଲିସ ଥାନାରେ ୭ ଜଣଙ୍କୁ ଅଟକ ରଖିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡ଼ିକାଲକୁ ପଠାଇଛନ୍ତି । ମାରିଥିବା ପରିବାର ଲୋକଙ୍କର କାଠ ସଂଗ୍ରହ ବେଳେ ଆଘାତ ପାଇ ଏକ ଘା ନଶୁଖିବାକୁ କେନ୍ଦ୍ରକରି ଗୁଣିଗାରେଡି ସନ୍ଦେହ କରି ଏଭଳି ଘଟଣା ଘଟିଥିବା ଜଣାପଡିଛି । ଏ ଭଳି ଅନ୍ଧ ବିଶ୍ୱାସ କରି ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.