ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ଦ୍ରାପଡ଼ା/ଆଳି, ୭।୭: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍‌ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର । ଶନିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରଛନ୍ତି ରାଷ୍ଟ୍ରପତ୍ ଦ୍ରୌପଦୀ ମୁର୍ମୁ । ଏହି ଖବର ପାଇ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅଧୀନ ଜୁଆଣିଆ ପଞ୍ଚାୟତ ହଦୁଆ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି । ସବୁଠି ଉତ୍ସାହର ମାହୋଲ । ଗାଁ ପୁଅକୁ ଏଭଳି ସମ୍ମାନ ମିଳିଥିବାରୁ ଖୁସି କହିଲେ ନସରେ । 

ତାଙ୍କ ବାପା ବିଶ୍ୱନାଥ ବେହେରା ମଧ୍ୟ ଜଣେ ପୂର୍ବତନ ସୈନିକ । ସେ ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ । ମା’ ମନୋରମା ଜଣେ ଗୃହିଣୀ । ଫୋନ୍‌ରେ ବିଶ୍ୱନାଥଙ୍କ ପ୍ରତିକ୍ରିୟା ନେବା ବେଳେ ସେ କହିଛନ୍ତି କି, ପୁଅର ଏହି ସଫଳତା ପାଇଁ ମୁଁ ବହୁତ ଖୁସି । ୩୦ ବର୍ଷ ଧରି ସେନାରେ କାମ କରିବା ପରେ ମୁଁ ଯେଉଁ ଜାଗାରେ ପହଞ୍ଚିବା କଥା ପହଞ୍ଚି ପାରିନଥିଲି । ହେଲେ ପୁଅ ସେ ସ୍ଥାନରେ ପହଞ୍ଚି ପାରିଛି । ସେ ଜଣେ କମିଶନ ଅଫିସର ହୋଇ ପହଞ୍ଚି ପାରିଲା । ମୁଁ ସିପାହୀରୁ ଜୁନିଅର କମିଶନ ଅଫିସର୍ ରାଙ୍କ ଯାଏ ଯାଇଥିଲି । ବିଶ୍ୱନାଥଙ୍କ କହିବା ଅନୁସାରେ, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅ ବିମଳ ବଡ଼ । ପିଲାଟି ବେଳୁ ସେ ବେଶ୍‌ ଭଲ ପଢ଼ୁଥିଲା । ଆର୍ମି ସ୍କୁଲରେ ତା’ର ପାଠପଢ଼ା । ଏକାଡେମିକ୍‌ ପାଠପଢ଼ା ସରିବା ପରେ ସେ ପୁନେରେ ମେରାଇନ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲା । ପରେ ଏମ୍‌.ଟେକ୍‌ ମଧ୍ୟ ଶେଷ କରିଥିଲା । ହେଲେ ସେ ଅନ୍ୟ ଚାକିରି କରିବା ବଦଳରେ ପିଲାଟି ବେଳୁ ନୌସେନାରେ ଯୋଗ ଦେବାକୁ ଆଗ୍ରହ ଦେଖାଇଥିଲା । ମୁଁ ସେନାରେ କାମ କରୁଥିବାରୁ ତା’ର ବି ଇଚ୍ଛା ଥିଲା ଦେଶମାତୃକାର ସେବା କରିବା । ଏଥିପାଇଁ ଆବଶ୍ୟକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ୨୦୧୯ ମସିହାରେ ସେ ନୌସେନାରେ ଯୋଗ ଦେଇଥିଲା ବୋଲି କହିଛନ୍ତି । 

ବର୍ତ୍ତମାନ ନୌସେନାରେ ସେ କାର୍ଯ୍ୟରତ ଅଛନ୍ତି । ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି । ମାର୍ଚ୍ଚ ୨୦୨୩ରେ ଓଏନ୍‌ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅପ୍‌ଲୋଡିଂ ଜାହାଜରେ ଅପରେସନାଲ୍‌ ଏମର୍ଜେନ୍‌ସୀ ନେଇ ରିପୋର୍ଟ କରିଥିଲା । ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍‌ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏଥିପାଇଁ ଭାରତୀୟ ନୌସେନାର ସହାୟତା ଲୋଡ଼ା ଯାଇଥିଲା । ଜଣେ ମୁଖ୍ୟ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍‌ଟନାଣ୍ଟ ବିମଳ ରଞ୍ଜନ ବେହେରା । ଯେଉଁଠି ଜାହାଜ ଫସିଥିଲା, ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । 

ତଥାପି ଡାଇଭିଂ ଅପରେସନ୍‌ରେ ଯାଇଥିଲେ ବିମଳ । ୨୦୨୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ । ସାହସିକତାର ସହ ୧୮ ଫୁଟ ତଳକୁ ଓହ୍ଲାଇଥିଲେ । ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ସଫଳତାର ସହ ଜାହାଜର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ୧୦୦ ଫୁଟ୍‌ ପାର କରି ଉକ୍ତ ଅଂଶରେ ପହଞ୍ଚିଥିଲେ । ବ୍ୟକ୍ତିଗତ ସୁରକ୍ଷାକୁ ଖାତିର ନକରି ଯେଉଁ ବୀରତ୍ୱ ଓ ଅଦମ୍ୟ ସାହସିକତା ଦେଖାଇଥିଲେ, ସେଥିପାଇଁ ତାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.