ବୈପାରୀଗୁଡ଼ା, ୭।୭: ଉଦ୍ଧାର ହେଲା ୧୦ ଫୁଟ୍ ଲମ୍ବର ଅଜଗର । କୋରାପୁଟର ବୈପାରୀଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରପୋଡ଼ା ଗାଁରୁ ୧୦ ଫୁଟ୍ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି । ଅଜଗର ସାପଟି ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଆସୁଥିବା ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ବନବିଭାଗ ଅଧିକାରୀଙ୍କୁ ଜଣାଇଥଲେ । ବନପାଳ ଲଳିତା ହରିଜନ ଏବଂ ସ୍ନେକ୍ ହେଲ୍ପ ଲାଇନ କର୍ମକର୍ତ୍ତା ଡାମୁରୁ ମାଝୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ଉଦ୍ଧାର ଅଜଗରକୁ କୋଟାଛକ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି ବନବିଭାଗ କର୍ମଚାରୀ ।