ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବାଜି ରାଉତଙ୍କ ବଳିଦାନ କାରଣରୁ ଭାରତ ପୃଥିବୀର ବଡ଼ ପ୍ରଜାତାନ୍ତ୍ରିକ ଦେଶ ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୫।୧୦ : ବାଜି ରାଉତ ଜଣେ ବ୍ୟକ୍ତି ନୁହେଁ ଏ ଦେଶର ବୃହତ୍ତମ ଅନୁଷ୍ଠାନ । ଦେଶ ମାତୃକା ପାଇଁ ବାଜି ରାଉତ ଭଳି ଅନେକ ମହାପୁରୁଷଙ୍କ ବଳିଦାନ କାରଣରୁ ଭାରତ ଆଜି ପୃଥିବୀର ବଡ ପ୍ରଜାତାନ୍ତ୍ରିକ ହୋଇଛି ବୋଲି ଶନିବାର ଭୁବନେଶ୍ୱର ଠାରେ ଦେଶର ସର୍ବକନିଷ୍ଠ “ଶହୀଦ ବାଜି ରାଉତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ” ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 ‘ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ’ ଏବଂ ଢେଙ୍କାନାଳ ସାଂସ୍କୃତିକ ଆସୋସିଏସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଜି ରାଉତ ଆମ ସମାଜ ଓ ସଭ୍ୟତାର ତ୍ୟାଗ ଏବଂ ସଂଘର୍ଷର ପ୍ରତୀକ । ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଅନୁପ୍ରାଣିତ ହୋଇ ବାଜି ରାଉତ ବ୍ରିଟିଶଙ୍କ ଆଦେଶକୁ ଅମାନ୍ୟ କରି ଏ ଜାତି ପାଇଁ ଶହୀଦ ହୋଇଥିଲେ । ୧୨ ବର୍ଷର ହୋଇ ମଧ୍ୟ ତାଙ୍କର ମାନସିକ ସ୍ଥିତି କିପରି ଦୃଢ ଥିଲା, ତାହା ଆମକୁ ଜାଣିବାକୁ ହେବ ।  ସ୍ୱୟଂ ପାଇଁ ନୁହେଁ ସମୂହର କଥା ଭାବୁଥିବା ଛୋଟ ବଳିତା ଥିଲେ ବାଜି। ଧର୍ମଗୁରୁ ଗୋବିନ୍ଦ ସିଂହଜୀଙ୍କ ସୁପୁତ୍ର ସାହିବଜାଦା ବାବା ଜୋରାୱର ସିଂ ଜୀ ଏବଂ ବାବା ଫତେହ ସିଂଜୀ ମଧ୍ୟ ଅନ୍ୟ ଧର୍ମ ପଥେ ନ ଯାଇ ବଳିଦାନକୁ ବାଛିଥିଲେ । 

ମୁଁ ଇତିହାସକାର ନୁହେଁ ବରଂ ମୁଁ ଇତିହାସରେ ବିଶ୍ୱାସ କରେ । ଇତିହାସ ପ୍ରତି ମୋର ପ୍ରତିବଦ୍ଧତା ଅଛି । ଦାସତ୍ୱ ବାଖ୍ୟାନ କରୁଥିବା କେହି ବି ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି କିନ୍ତୁ ଦେଶ ମାତୃକାକୁ ସ୍ୱତନ୍ତ୍ରତା ଓ ସ୍ୱରଜ୍ୟ ଦେବା ପାଇଁ ଲଢୁଥିବା ସଂଗ୍ରାମୀମାନେ ଭୁଲ ଥିଲା ଭଳି ଯୁକ୍ତି ନକରନ୍ତୁ । ଗୋପବନ୍ଧୁ ସମାଜ ପାଇଁ ବାହାରି ଥିଲେ । ସେ ଆମ ସଭ୍ୟତା ଓ ଜାତିର ଚିର ନମସ୍ୟ । ଆମେ ସେହି ସଂସ୍କାରର ଦାୟିଦ । ସମାଜ ସଦାବେଳେ ବିବର୍ତ୍ତନରେ ବିଶ୍ୱାସ କରେ । ଆଗକୁ ଯାଏ । ପ୍ରଭାବ ପକାଏ । ନୂଆ ରୂପ ନିଏ । ଆମେ ତତ୍ତ୍ୱ ଉପରେ ଯୋର ଦେବା ଦରକାର । କାରଣ ସୃଷ୍ଟିକର୍ତ୍ତା ଦେବ ଓ ଦାନବ ଉଭୟ କଳ୍ପନା କରିଛନ୍ତି । ଭୁଲ, ଠିକ୍ ,ସୁଖ, ଦୁଃଖକୁ କଳ୍ପନା କରିଛନ୍ତି । ଭଗବତ ସତ୍ତା ଉପରେ ବିଶ୍ୱାସ ରଖି ଭଲ ପାଇଁ ପ୍ରୟାସ କରିବା ସଭ୍ୟ ସମାଜର ଦାୟିତ୍ୱ । ଏହା ହିଁ ବାଜି ରାଉତର ମୂଳ ତତ୍ତ୍ୱ । 

 ଆମକୁ ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବା ପୂର୍ବରୁ ଇତିହାସକୁ ଅନୁଶୀଳନ କରିବା ଜରୁରୀ । ଇତିହାସ ନାମକ ଆଇନାକୁ ନ ଦେଖିଲେ ଭବିଷ୍ୟତର ରାସ୍ତାରେ ବାଟମଣା ହେବାର ଅନେକ ସମ୍ଭାବନା ଅଛି । ଓଡ଼ିଶା ନିଜର ବର୍ତ୍ତମାନକୁ ସାମ୍ନାରେ ରଖି ଇତିହାସକୁ ସ୍ମରଣ କରି ଭବିଷ୍ୟତର ଲମ୍ବା ଯୋଜନା କଲେ ହିଁ ବିକଶିତ ହୋଇପାରିବ । ବାଜି ରାଉତଙ୍କ ବଳିଦାନ ସେବେ ସାର୍ଥକ ହେବେ ଯେବେ ଓଡ଼ିଶା ଓ ଭାରତ ବିକଶିତ ହେବ । ସେହିପରି ଓଡ଼ିଶାର ଅନେକ ମହାପୁରୁଷଙ୍କୁ ଯୋଗ୍ୟ ସମ୍ମାନ ଦେବା ଜଣେ ରାଜା କିମ୍ବା ସଫଳ ପ୍ରଶାସକର ଦାୟିତ୍ୱ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବରପୁତ୍ର ମାନଙ୍କର ଜୟନ୍ତୀ ଓ ପୁଣ୍ୟତିଥିକୁ ସରକାରୀ ସ୍ତରରେ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଧନ୍ୟବାଦ । ଇତିହାସର ମୂଳ ଆଧାରରେ ଭବିଷ୍ୟତର ରାସ୍ତା ନିର୍ମାଣ କରିବା । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିଗରେ ଅଗ୍ରସର ହେଉଥିବା ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବିର୍ସା ମୁଣ୍ଡା, ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ବାଜି ରାଉତଙ୍କ ପରି ମହାପୁରୁଷଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଆମେ ଆଗଭର ହେବା । 

 ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଭୁବନେଶ୍ୱର ସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶହୀଦ ବାଜି ରାଉତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ  ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ବିଧାୟକମାନେ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.