ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ହୋମିଓପାଥିକ୍‌ କଲେଜ ରାଗିଂ ଘଟଣା: ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଅଡୁଆରେ କର୍ତ୍ତୃପକ୍ଷ, ତଦନ୍ତ କରୁଛି ୩ ଜଣିଆ ଟିମ୍‌

ସମ୍ବଲପୁର, ୦୭/୦୭: ଭିନ୍ନ ମୋଡ଼ ନେଉଛି  ସମ୍ବଲପୁର ହୋମିଓପାଥିକ ମହାବିଦ୍ୟାଳୟର ରାଗିଂ ଘଟଣା ।  ଅଭିଯୁକ୍ତ ୪ ଛାତ୍ରଛାତ୍ରୀ ସଙ୍ଗିନ ଅଭିଯୋଗ ଆଣିବା ପରେ  ଏବେ ଅଡୁଆରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ । ତେଣୁ ଘଟଣାର ତଦନ୍ତ ପାଇଁ ୩ ଜଣ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନେଇ ଗୋଟିଏ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ଘଟଣାର ତଦନ୍ତ  କରି ରିପୋର୍ଟ ପ୍ରଦାନ କରିବେ ।   

ଗତ ୨୮ ତାରିଖ ସମ୍ବଲପୁର ଶାସନ ସ୍ଥିତ ହୋମିଓପାଥିକ  ମହାବିଦ୍ୟାଳୟର ଜଣେ ବିଏଚ୍‌ଏମ୍‌ଏସ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀ  ତାଙ୍କୁ ରାଗିଂ କରିଥିବା ଅଭିଯୋଗ କରିଥିଲେ । ଗଛରେ ପାଣି  ଦେବାକୁ ନେଇ ୪ ଜଣ ସିନିୟର୍‌ ଛାତ୍ରଛାତ୍ରୀ ତାଙ୍କୁ ଜୀବନରୁ ମାରିଦେବାକୁ କହିଥିଲେ । ତେଣୁ ସେ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଥିଲେ ।  ଘଟଣାର ତଦନ୍ତ ପାଇଁ ମହାବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଥିଲା । ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରାଗଲା ।  କମିଟି ସଦସ୍ୟ ଘଟଣାର ଛାନଭିନ୍‌ କରିବା ପରେ ସତ ପଦାକୁ  ନ ଆସିବାରୁ ଶାସନ ଥାନାରେ ଏତଲା ଦିଆଯାଇଥିଲା ବୋଲି  ଅଧ୍ୟକ୍ଷ ଡ. ଦୀପ୍ତିକାନ୍ତ ସିଂହ କହିଛନ୍ତି । ଏତଲା ଦେବାର କିଛି ଦିନ ପରେ ଅଭିଯୁକ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ନାଁରେ ଅଭିଯୋଗ ଆଣିଥିଲେ । ସେମାନଙ୍କୁ ଧମକ ଦିଆଯିବା ଓ ଜାତିଆଣ  ଆକ୍ଷେପ କରୁଥିବା କହି ୪ ତାରିଖ ସେମାନେ ଥାନାରେ ଏତଲା  ଦେଇଥିଲେ । ଯାହାକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି ।   

ଘଟଣାକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୂ ଘଟଣାର ତଦନ୍ତ  କରିବାକୁ ୩ ଜଣିଆ ଟିମ୍‌ ଗଠନ କରିଛନ୍ତି । ଜଣେ ଏଏସ୍‌ପି, ଡିଏସ୍‌ପି ଏବଂ ଇନ୍‌ସପେକ୍ଟରଙ୍କୁ ନେଇ ଗଠିତ ଏହି ଟିମ୍‌ ଘଟଣାର ଛାନଭିନ୍‌ କରି ରିପୋର୍ଟ ପ୍ରଦାନ କରିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.