ପୁରୀ, ୭।୭: ରଥଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ରଥଯାତ୍ରା ଉପଲକ୍ଷେ ପୁରୀର ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ରଥଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।
ଏହି ବାଲୁକା କଳାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜଗନ୍ନାଥ ମନ୍ଦିରର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି । ଏହି ବାଲୁକା କଳାଟି ୨୦ ଫୁଟ୍ ଓସାର ଏବଂ ୬ ଫୁଟ୍ ଲମ୍ବ । ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ "ରଥଯାତ୍ରାର ଅଭିନନ୍ଦନ"ର ବାର୍ତ୍ତା ଦେଇଛନ୍ତି ।