ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ବାଲେଶ୍ୱରରୁ ଉଠିଲା କର୍ଫ୍ୟୁ, ସମ୍ବେଦନଶୀଳ ଅଞ୍ଚଳରେ ରହିବେ ପୁଲିସ୍‌ ଫୋର୍ସ

ବାଲେଶ୍ୱର, ୦୩/୦୭ : ଦୀର୍ଘ ୧୫ ଦିନ ପରେ ବାଲେଶ୍ୱର ସହରରେ ଲାଗିଥିବା କର୍ଫ୍ୟୁକୁ ମଙ୍ଗଳବାର ସମ୍ପୂର୍ଣ୍ଣ ଭାବେ ଉଠାଇ ନିଆଯାଇଛି । ମାତ୍ର ପୂର୍ବ ଭଳି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସ୍‌ ଫୋର୍ସ ରହିବେ । ଆଗକୁ ପବିତ୍ର ରଥଯାତ୍ରା ଏବଂ ମହରମ ଥିବାରୁ ସହରରେ ଭାଇଚାରା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ୍‌ ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ଆହ୍ୱାନ ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରରେ ଶାନ୍ତି ଫେରିବା ସହ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ଜିଲ୍ଲାପାଳ ଆଶିଷ ଠାକ୍‌ରେ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସହରବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମଙ୍ଗଳବାରଠାରୁ ରାତିକାଳୀନ କର୍ଫ୍ୟୁକୁ ହଟାଇ ନେବାକୁ ନିଷ୍ପତ୍ତି ନିଆଯାଇଛି। 

ବର୍ତ୍ତମାନ ସହର ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିଛି। ଶାନ୍ତି ଫେରାଇ ଆଣିବା ପାଇଁ ପ୍ରତିଦିନ ମାଇକ୍ରୋ ପିସ୍‌ କମିଟି ସସସ୍ୟଙ୍କ ସମେତ ବିଭିନ୍ନ ସଙ୍ଗଠନ ସହ ଆଲୋଚନା ଜାରି ରହିଛି। ଆଗାମୀ ଦିନରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏସ୍‌ପି ସାଗରିକା ନାଥ କହିଥିଲେ, ସହରରୁ କର୍ଫ୍ୟୁ ଉଠିଲେ ବି ଆଗକୁ ରଥଯାତ୍ରା, ମହରମ ଥିବାରୁ ପୂର୍ବ ଭଳି ପୁଲିସ୍‌ ମୁତୟନ ରହିବେ । ଏହି ଦୁଇ ପର୍ବକୁ କେମିତି ଶାନ୍ତିଶୃଙ୍ଖଳାର ସହ ସହରବାସୀ ପାଳନ କରିବେ³ ତାହା ଉପରେ ଗୁରୁତ୍ୱ ଦିଆଯିବ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମିଛ କିମ୍ବା ଗୁଜବ ଖବର ପ୍ରଚାର ପ୍ରସାର ନ କରିବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁମାନେ ଏଭଳି କାମ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । 

ମିଛ ଖବର ପ୍ରସାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ମିଛ ଖବର ପ୍ରଚାର କରିବାକୁ ଉଦ୍ୟମ କରୁଥିବା କିଛି ୟୁଆରଏସ୍‌କୁ ରଦ୍ଦ କରାଯାଇଛି । ଏହା ବ୍ୟତୀତ ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ମାମଲା ରୁଜୁ କରାଯିବା ସହ ୯୪ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମଧ୍ୟ ଉପସ୍ଥିତ ଥିଲେ ।  

ସୂଚନାଯୋଗ୍ୟ ବାଲେଶ୍ୱର ସହରରେ ଗୋଷ୍ଠୀ ସଂଘର୍ଷ ପାଇଁ ଗତ ୧୭ ତାରିଖ ବିଳମ୍ବିତ ରାତିରେ ତମାମ ବାଲେଶ୍ୱର ସହର ଅର୍ଥାତ ଶିଳ୍ପାଞ୍ଚଳ, ସହଦେବଖୁଣ୍ଟା, ଟାଉନ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ କର୍ଫ୍ୟୁ କୋହଳ କରାଯାଇଥିଲା । ଶିଳ୍ପାଞ୍ଚଳ, ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଞ୍ଚଳରୁ କର୍ଫ୍ୟୁ ଉଠାଇ ନିଆଯାଇଥିବା ବେଳେ ଟାଉନ୍‌ ଥାନା ଅନ୍ତର୍ଗତ ଅଞ୍ଚଳଗୁଡ଼ିକରେ ରାତି ୧୦ରୁ ସକାଳ ୫ଟା(ରାତ୍ରିକାଳୀନ)ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରଖାଯାଇଥିଲା । ଏବେ ସହରରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.