ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

କେନ୍ଦୁଝର ଗଡ଼ରେ ସର୍ବ ଭାରତୀୟ ରେଳ ଚାଳକ ସଂଘର ସାଧାରଣ ସଭା

କେନ୍ଦୁଝର ସଦର ,୫/୭ : ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରେଳ ମଣ୍ଡଳର କେନ୍ଦୁଝର ଗଡ଼ ରୋଟାରୀ କ୍ଲବ ଠାରେ ଆଜି ସର୍ବ ଭାରତୀୟ ରେଳ ଚାଳକ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ତଟ ରେଳପଥର ଜୋନାଲ ପ୍ରେସିଡେଣ୍ଟ ଏସ.କେ. ଚୋବେ, ଜୋନାଲ ସେକ୍ରେଟାରୀ ଯେ.ପି.ଦଣ୍ଡପାଟ, ସିଟୁର ସକ୍ରିୟ ସଭ୍ୟ ଧରଣୀ ଧର ମହାନ୍ତଙ୍କ ସମେତ ରେଳ ଚାଳକ ସଙ୍ଘର ସକ୍ରିୟ ସଦସ୍ୟ  ଡି.କେ ସାହୁ, ଅଞ୍ଜନ ସାହୁ, ଏମ୍ ଡି ଏଫ ଆଲାମ, ମଣ୍ଡଳ ସଭାପତି ଏସ ଏନ ପଟ ନାଏକ, କେନ୍ଦୁଝର ଶାଖା ସଭାପତି ଜନ୍ମେଜୟ ବଳ ପ୍ରମୁଖ ଯୋଗ ଦେଇ ରେଳବାଇ କିପରି ରେଳ ଚାଳକ ଓ ସହ ଚାଳକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ହଡ଼ପ କରୁଛି ସେ ବିଷୟରେ ଆଲୋଚନା କରିଥିଲେ । 

ଏହି ସଭାରେ ନୂତନ ପେନସନକୁ ହଟାଇ ପୁରାତନ ପେନସନ ଲାଗୁ କରିବା, ସାପ୍ତାହିକ ରେଷ୍ଟକୁ ୩୦ଘଣ୍ଟା ବଦଳରେ ୪୬ଘଣ୍ଟାକୁ ବୃଦ୍ଧି କରିବା, ହେଡ଼କ୍ୱାର୍ଟର ରେଷ୍ଟକୁ ସହଳ ଯୁକ୍ତ ଦୁଇ କରି ଅଠର ଘଣ୍ଟାକୁ ବୃଦ୍ଧି କରିବା, ମିନିମମ ଗ୍ୟାରେଣ୍ଟି କିଲୋମିଟର ପ୍ରଦାନ କରିବା, ଆସନ୍ତା ୨୦୨୫ମସିହା ଫେବ୍ରୁଆରୀ ଏକ ତାରିଖ ସୁଦ୍ଧା ସମସ୍ତ ରେଳ ଇଞ୍ଜିନରେ ଏସି ଲଗାଇ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଷ୍ଟାପଙ୍କ ପାଇଁ ପ୍ରଦାନ କରାଯାଉଥିବା ଵଲେର ସେବାକୁ କେବଳ ରାତି ପରିବର୍ତେ ଦିନ ଓ ରାତି ପ୍ରଦାନ କରିବା, ଡ୍ୟୁଟି ସମୟକୁ ସର୍ବାଦ୍ଧିକ ୯ ଘଣ୍ଟାରେ ସୀମିତ ରଖିବା, ଦୁଇ ରାତି ଡ୍ୟୁଟି କରିବା ପରେ ଗୋଟିଏ ରାତି ବିଶ୍ରାମ ଦେବା, ନୟାଗଡ଼, ସୁକିନ୍ଦା, ଯାଜପୁର ରୋଡ ଆଦି ସ୍ଥାନରେ ଥିବା ରେଷ୍ଟ ରୁମକୁ ବାତନୁ କୁଳିତ କରିବା ସହିତ ଶୁଦ୍ଧ ଓ ଥଣ୍ଡା ପାନୀୟଜଳର ବ୍ୟବସ୍ଥା କରିବା ଆଦି ଦାବି ଉପସ୍ଥାପନ କରାଯାଇ ଉଭୟ ରେଳ ପ୍ରଶାସନ ଓ ରେଳ ମନ୍ତ୍ରୀଙ୍କୁ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । 

ଏଥି ସହିତ ସର୍ବ ଭାରତୀୟ ରେଳ ଚାଳକ ସଂଘର କେନ୍ଦୁଝର ଗଡ଼ ସଖା ଗଠନ କରାଯାଇଥିଲା । ଏଥିରେ ଯେ, ବଳ ସଭାପତି, ବି ପୋଥାଳ କାର୍ଯ୍ୟକାରୀ ସଭାପତି, ପିକେ ପାଣ୍ଡେ ଉପସଭାପତି, କାଜଲ ବୋଷ ସମ୍ପାଦକ, ପିକେ ଜେନା ସହ ସମ୍ପାଦକ, ଆର କେ ଦେ ସହକାରୀ ସମ୍ପାଦକ ଭାବେ ମନନିତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ଡି ସାମନ୍ତ, ସହକାରୀ କୋଷାଧ୍ୟକ୍ଷ ଭାବେ ଅବିନାଶ ସିଂ, ସଂଗଠନ ସମ୍ପାଦକ ଭାବେ ବାଘାଇ ସରେନ, ଏକଜିକ୍ୟୁଟିବ ସଭ୍ୟ ଭାବେ ବି ବଳ, ଏକେ ସାହୁ, ଜ ବେହେରା, ଏସ ମହାନ୍ତ ପ୍ରମୁଖ ମନୋନୀତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.