ପୁରୀ ୦୮/୦୭: ପୁରୀ ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀରେ ରହଣି ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲ୍ଡେନ୍ ବିଚ୍ରେ ସକାଳ ସକାଳୁ ସମୁଦ୍ର କୂଳରେ ଭ୍ରମଣ କରିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ରାଷ୍ଟ୍ରପତି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି। ପୁରୀ ବଙ୍ଗୋପ ସାଗରର ସ୍ବର୍ଣ୍ଣାଭ ବେଳା ଭୂମିରେ ବୁଲିଛନ୍ତି।
ସେପଟେ ଜଣେ କୁନି ଚିତ୍ରଶିଳ୍ପୀ ରାଷ୍ଟ୍ରପତିଙ୍କୁ ଚିତ୍ର ଦେବା ପାଇଁ ସମୁଦ୍ରକୂଳ ସହ ପୁରୀ ରାଜଭବନ ନିକଟରେ ଅପେକ୍ଷା କରିଥିଲେ। ସୁଯୋଗ ମିଳିଲେ ଏହି ଚିତ୍ରଟି ମହାମହିମଙ୍କୁ ପ୍ରଦାନ କରିବି ବୋଲି କହିଛନ୍ତି।