ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଫରେଷ୍ଟର ଆତ୍ମହତ୍ୟା ମାମଲା: ଦ୍ୱିତୀୟ ଦିନ ଜେରାରେ ମାନିଲେ ଡିଏଫ୍‌ଓ, ଚାରା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ସଞ୍ଜୟ

Published By : Prameya | October 6, 2024 8:45 AM

ଭୁବନେଶ୍ୱର/ଭବାନୀପାଟଣା,୦୬/୧୦: ରାୟଗଡ଼ା ଫରେଷ୍ଟ ଡିଭିଜନ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା  ଜାରିଂ ହାଇଟେକ୍‌ ନର୍ସରୀ ସେଲ୍‌ଭି କଲ୍‌ଚର ରିସର୍ଚ୍ଚ ୱିଙ୍ଗ୍‌ ଫରେଷ୍ଟର ସଞ୍ଜୟ ନାୟକଙ୍କ  ଆତ୍ମହତ୍ୟା ମାମଲାରେ ଡିଏଫ୍‌ଓ ଦେବେନ୍ଦ୍ର  ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଭାଗୀୟ ତଦନ୍ତ ଜାରି ରହିଥିବାରୁ ଡିଏଫ୍‌ଓ ଶ୍ରୀ ବେହେରା ରାଜ୍ୟ ମୁଖ୍ୟାଳୟ ଛାଡ଼ି ବିନା ଅନୁମତିରେ  କେଉଁଆଡ଼େ ଯାଇପାରିବେ ନାହିଁ ବୋଲି  ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।  

ସଞ୍ଜୟଙ୍କ ଆତ୍ମହତ୍ୟା ପଛରେ ଡିଏଫ୍‌ଓ ଶ୍ରୀ ବେହେରାଙ୍କ ସଂପୃକ୍ତି  ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ  ଆରମ୍ଭ ହୋଇଥିଲା । ମୃତ୍ୟୁ ପୂର୍ବରୁ ସଞ୍ଜୟ ଛାଡ଼ି ଯାଇଥିବା ସୁଇସାଇଡାଲ ନୋଟରେ ପିସି ପାଇଁ ଡିଏଫ୍‌ଓ ତାଙ୍କୁ ନିର୍ଯାତନା ଦେବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରୁଥିବା ଉଲ୍ଲେଖ କରିଥିଲେ । ତେଣୁ ବିଭାଗ ପକ୍ଷରୁ ଡିଏଫ୍‌ଓ ଶ୍ରୀ  ବେହେରାଙ୍କୁ ନିଲମ୍ବନ କରାଯାଇଛି । 

ଅନ୍ୟପକ୍ଷରେ ଶନିବାର ଦ୍ୱିତୀୟ ଦିନରେ ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କୁ ଜେରା କରିଛି ଭବାନୀପାଟଣା ପୁଲିସ୍‌ । ସଦର ଏସ୍‌ଡିପିଓ ସୁନାରାମ ହେମ୍ରମ୍‌ ତାଙ୍କୁ ଗୁଡ଼େଇତୁଡ଼େଇ ଜେରା କରିଥିଲେ ।  ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୫ଟା ଯାଏ  ଦୀର୍ଘ ୭ଘଣ୍ଟା ଧରି ଚାଲିଥିବା ମାରାଥନ୍‌ ଜେରାବେଳେ ଚାରା ଉତ୍ପାଦନ ପ୍ରକ୍ରିୟାରେ ବର୍ଷ ବର୍ଷ ଧରି ଲାଗିରହିଥିବା ଅବ୍ୟବସ୍ଥାର  ସୁରାକ୍‌ ମିଳିଛି । ଖୋଦ୍‌ ଡିଏଫ୍‌ଓ ଏହା ସ୍ୱୀକାର କରିଛନ୍ତି । ଏହା ବି ମାନିଛନ୍ତି ଚାରା  ଉତ୍ପାଦନ, ଏଥିରେ ନିୟୋଜିତ ଶ୍ରମିକଙ୍କ ମଜୁରି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ  ଉପକରଣ ବାବଦ ଲକ୍ଷାଧିକ ଟଙ୍କା ସଞ୍ଜୟ ନିଜ ହାତରୁ ଖର୍ଚ୍ଚ କରିଥିଲେ । ଶ୍ରମିକମାନେ ପ୍ରତିମାସରେ ପାରିଶ୍ରମିକ ନେଉଥିଲେ । ହେଲେ ବିଭାଗ ପକ୍ଷରୁ  ୩-୪ ମାସରେ ଟଙ୍କା ମଞ୍ଜୁର ହେଉଥିଲା । ତେଣୁ ଫରେଷ୍ଟର ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଥିଲେ । ହେଲେ ଚାରାରୋପଣରେ ଦୁର୍ନୀତି ସମ୍ପୃକ୍ତି ଏବଂ ପିସି କାରବାରକୁ ନେଇ ଯେଉଁ ଅଭିଯୋଗ ଆସିଥିଲା, ତାହାକୁ ଡିଏଫ୍‌ଓ ଖଣ୍ଡନ କରିଛନ୍ତି । 

ଅନ୍ୟପଟେ ଶ୍ରମିକଙ୍କୁ ମଜୁରି  ପ୍ରଦାନ ସମ୍ପର୍କିତ ସବିଶେଷ ତଥ୍ୟ  ସଂଗ୍ରହ କରିବାକୁ ସେଲ୍‌ଭି କଲଚର ଡିପାର୍ଟମେଣ୍ଟର ଆକାଉଣ୍ଟାଣ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ୍‌ । ଏ ନେଇ  ଆକାଉଣ୍ଟସ୍‌ ବିଭାଗର ଅଫିସିଆଲ୍‌ ମେଲ୍‌  ଜରିଆରେ ନୋଟିସ୍‌ କରାଯାଇଛି । ଯଥାଶୀଘ୍ର ଥାନାରେ ହାଜର ହେବାକୁ କୁହାଯାଇଛି ।  ହେଲେ ଦାୟିତ୍ୱରେ ଥିବା ଅଧିକାରୀ  ପୁଲିସ୍‌କୁ ସହଯୋଗ କରୁନାହାନ୍ତି ।  ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଆସୁ ନ ଥିବା ଏସ୍‌ଡିପିଓ ଶ୍ରୀ ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି । 

ଶନିବାର ଜେରା ପରେ ସେ  ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି । ସଞ୍ଜୟ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।  ଫରେଷ୍ଟର ସଞ୍ଜୟ ଜାରିଂ ହାଇଟେକ୍‌ ନର୍ସରୀରେ ରହିବାକୁ ଚାହୁଁଥିଲେ । ତାଙ୍କୁ  ରିଲିଭ୍‌ କରିଦେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଡିଏଫ୍‌ଓ କହିଛନ୍ତି ।  

ଉଲ୍ଲେଖଯୋଗ୍ୟ, ଗତ ସେପ୍‌ଟେମ୍ବର  ୧୮ ତାରିଖରେ ଫରେଷ୍ଟର ସଞ୍ଜୟ ନାୟକ  ନିଜ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ ।  ପୁଲିସ ମୃତଦେହ ଉଦ୍ଧାର କଲାବେଳେ  ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା ।  ସଞ୍ଜୟ ସୁଇସାଇଡ୍‌ ନୋଟ୍‌ରେ ଡିଏଫଓ  ଦେବେନ୍ଦ୍ର ବେହେରା ପଦୋନ୍ନତି ରୋକିବା  ଓ ବଦଳି ଧମକ ଦେଇ ପିସି ମାଗୁଥିବା  ଉଲ୍ଲେଖ କରିଥିଲେ । ସଞ୍ଜୟଙ୍କ ପତ୍ନୀ  ପ୍ରିୟଙ୍କା ସୁବୁଦ୍ଧି ସମାନ ଅଭିଯୋଗ  ଆଣିଥିଲେ । ଡିଏଫ୍‌ଓ ଶ୍ରୀ ବେହେରା ୭  ଲକ୍ଷ ଟଙ୍କା ପିସି ମାଗି ମାନସିକ ଚାପ  ପକାଇବାରୁ ସଞ୍ଜୟ ଆତ୍ମହତ୍ୟା କଲେ  ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ ।  

ସଞ୍ଜୟଙ୍କ ପତ୍ନୀଙ୍କ ଅଭିଯୋଗ  ପରେ ପିସିସିଏଫ୍‌ ଦେବିଦତ୍ତ ବିଶ୍ୱାଳ  ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।  ଜଣେ ସିସିଏଫ୍‌ ଏହି ଘଟଣାର ତଦନ୍ତ  କରୁଥିଲେ । ସେପଟେ ଭବାନୀପାଟଣା  ଟାଉନ୍‌ ଥାନାରେ କେସ୍‌ ନଂ-୩୬୮/୨୪,  ୧୦୮ ବିଏନ୍‌ଏସ୍‌ରେ ଏକ ମାମଲା  ରୁଜୁ ହୋଇଥିବା ବେଳେ ଡିଏଫ୍‌ଓ ଶ୍ରୀ  ବେହେରା ଫେରାର୍‌ ହୋଇ ଯାଇଥିଲେ ।  ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କର  ଜାମିନ୍‌ ଖାରଜ କରି ଅକ୍ଟୋବର ୧୯ ସୁଦ୍ଧା  କଳାହାଣ୍ଡି ପୁଲିସ୍‌ ନିକଟରେ ଉପସ୍ଥିତ ରହି  ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ  ଦେଇଥିଲେ । ଏଥିସହ ଡିଏଫ୍‌ଓଙ୍କୁ  ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେଇଥିଲେ  ହାଇକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ପରେ  ଡିଏଫ୍‌ଓ ଶ୍ରୀ ବେହେରା ଶୁକ୍ରବାର ପୁଲିସ  ନିକଟରେ ହାଜର ହୋଇଥିଲେ । ତାଙ୍କୁ  ପୁଲିସ ୬ ଘଣ୍ଟା ଜେରା କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.