ପ୍ରମୂଖ ଖବର
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଜନ୍ମବେଦି ଅଭିମୁଖେ ତିନି ଠାକୁର: ବଡ଼ଦାଣ୍ଡରେ ରଥାରୂଢ଼ ଦାରୁବ୍ରହ୍ମଙ୍କୁ ମନଭରି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ସକାଳେ ପୁଣି ରଥଟଣା

ପୁରୀ,୦୮/୦୭: ଅସଂଖ୍ୟ ଭକ୍ତଙ୍କ ଗହଣରେ ଅଟକି ଯାଇଛନ୍ତି ଭକ୍ତ ବତ୍ସଳ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । କାଳିଆ ସାଆନ୍ତ ବାହୁପ୍ରସାରି ଭକ୍ତଙ୍କୁ କୋଳାଇ ନେବାକୁ ସତେ ଯେପରିି ବ୍ୟାକୁଳ । ମହାପ୍ରଭୁଙ୍କୁ ପାଖରେ ପାଇ ଭକ୍ତ ବି ବିଭୋର । ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ଭାବାବେଗମୟ । ଜୟ ଜଗନ୍ନାଥ ଧ୍ୱନିରେ ଉଚ୍ଛୁଳି ଉଠୁଛି ବଡ଼ଦାଣ୍ଡ । ଭାବ ବନ୍ଧନରେ ବାନ୍ଧି ହୋଇଛନ୍ତି ଭକ୍ତ ଓ ଭଗବାନ । କି ଦିବ୍ୟ ଅନୁଭବ, ଭକ୍ତ-ଭଗବାନଙ୍କର ଏ ଲୀଳାଖେଳା । ସାରା ରାତି ବଡ଼ଦାଣ୍ଡରେ ଲାଗିଛି ଭାବପ୍ରୀତି । ଖୋଳ କରତାଳର ତାଳେ ତାଳେ ନୃତ୍ୟରତ ଭକ୍ତ । ଭଜନ କୀର୍ତ୍ତନ, ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଫାଟି ପଡ଼ୁଛି ରଥ ପଥ । ମହାପ୍ରଭୁଙ୍କ ନାମରେ କିଏ ଦୀପଟିଏ ଦେଇ ଆତ୍ମସନ୍ତୋଷ ଲାଭ କରୁଛି ତ କିଏ ଜଣାଣ ଗାଇ ଠାକୁରଙ୍କ ମାନଭଞ୍ଜନ କରୁଛି । ସିଂହଦ୍ୱାର ପାଖରେ ଅଟକି ରହିଛନ୍ତି କଳା ସାଆନ୍ତେ । ରାତି ବଢିଲେ ବି କମୁନି ଭକ୍ତଙ୍କ ଭିଡ଼ । ରାତି ତମାମ ବଡ଼ଦାଣ୍ଡରେ ଚାଲିଛି ଭାବ ବିନୋଦିଆଙ୍କ ଅପୂର୍ବ ଲୀଳା । ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଏବର୍ଷ ଦୁଇଦିନ ହେଉଛି ରଥଟଣା । ଦ୍ୱିତୀୟ ଦିନ ପୁଣି ଅନ୍ତରର ଦେବତାଙ୍କୁ ରଥରେ ମନଭରି ଦର୍ଶନ କରିବେ ଓ ଶରଧାବାଲି ଅଭିମୁଖେ ରଥକୁ ଟାଣିନେବାକୁ ଅପେକ୍ଷା କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

ରଥଯାତ୍ରା  2024 ର photo, video ଏବଂ ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ

ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡରେ ରଥରେ ବିଜେ କରିଛନ୍ତି ଦାରୁବ୍ରହ୍ମ । ଚଳିତ ବର୍ଷର ବିରଳ ରଥଯାତ୍ରାର ସବୁଠାରୁ ବଡ଼ ଆହ୍ୱାନ ଥିଲା ତିନି ଦିନର ନୀତି ଗୋଟିଏ ଦିନରେ ସାରିବା । ପୁଣି ନୀତି ସରି ରଥାରୂଢ଼ ଠାକୁରଙ୍କ ଗଡ଼ିବ ତିନି ରଥ । ହେଲେ ମହାପ୍ରଭୁଙ୍କ ଲୀଳାଖେଳା ଆଗରେ କିଏ ବା କ’ଣ କରିବ । ଭକ୍ତଙ୍କ ଗହଣକୁ ଆସିବାକୁ ବଡ଼ ତରତର ଥିଲେ କାଳିଆ ସାଆନ୍ତେ । ଲକ୍ଷ ଲକ୍ଷ ଚକ୍ଷୁ ଅଧିର ହେଉଥିଲା ରଥାରୂଢ ଦାରୁବ୍ରହ୍ମଙ୍କୁ ପଲକେ ଦେଖିନେବାକୁ । ସେବକ ଓ ଭକ୍ତର ଡାକ ଶୁଣିଲେ କଳା ଶ୍ରୀମୁଖ । ଆଶା ଓ ଆଶଙ୍କାର ରଥଯାତ୍ରା ପ୍ରଭୁକୃପାରୁ ସର୍ବ ଶୁଭରେ ଆରମ୍ଭ ହେଲା । ଘଣ୍ଟାଏ ପୂର୍ବରୁ ରଥ ପ୍ରତିଷ୍ଠା, ଦୁଇ ଘଣ୍ଟା ପୂର୍ବରୁ ପହଣ୍ଡି ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଗଲା ରଥଟଣା । ତାଳଧ୍ୱଜ ଓ ଦର୍ପଦଳନ ରଥ କିଛି ବାଟ ଗଡ଼ିଲା ପରେ ଭକ୍ତ ସମୁଦ୍ରରେ ଗଡ଼ିଲା ନନ୍ଦିଘୋଷ । ରଥ ଚାଳନାର ଗୁରୁଗମ୍ଭୀର ଧ୍ୱନି ସାଙ୍ଗକୁ ଅଗଣିତ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ କମ୍ପୁଥିଲା ଖଣ୍ଡମଣ୍ଡଳ । ଭାଇ ଭଉଣୀଙ୍କୁ ସାଥୀରେ ନେଇ ଜନ୍ମବେଦି ଅଭିମୁଖେ ବାହାରିଲେ ମହାପ୍ରଭୁ ।

ତେବେ ସନ୍ଧ୍ୟା ହୋଇଯିବାରୁ ବଡ଼ଦାଣ୍ଡରେ ଅଟକିଛି ୩ ରଥ । ବଡ଼ଠାକୁରଙ୍କ ତାଳଧ୍ୱଜ ମାର୍କେଟ ଛକ ନିକଟରେ, ମା’ ସୁଭଦ୍ରାଙ୍କ ଦେବଦଳନ ମରିଚିକୋଟ ଛକ ନିକଟରେ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ୱାର ନିକଟରେ ଅଟକି ରହିଛି । ସନ୍ଧ୍ୟା ୬.୪୫ରେ ରଥଟଣା ବନ୍ଦ କରି ଦିଆଯାଇଥିଲା । ନିର୍ଦ୍ଧାରିତ ସମୟର ବେଶ୍‌ ପୂର୍ବରୁ ପହଣ୍ଡି ଶେଷ ହୋଇଥିଲା ।  

ରଥଟଣା ମଧ୍ୟ ନିର୍ଦ୍ଧାରିତ ସମୟର ୧୦ ମିନିଟ୍‌ ପୂର୍ବରୁ ଆରମ୍ଭ ହୋଇଥିଲା । ତେବେ କୌଣସି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ପାରିନଥିଲା । ତେଣୁ ସୋମବାର ପୁଣି ରଥଟଣା ହେବ । ସକାଳେ ମହାପ୍ରଭୁଙ୍କ ଦୈନଦିନ ପ୍ରାଥମିକ ନୀତି ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ରଥଟଣା ସକାଳ ୮ଟା ସୁଦ୍ଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଶନିବାର ରାତିରେ ଠାକୁରଙ୍କ ପହୁଡ଼ ହୋଇ ନଥିଲା । ପ୍ରାତଃ ୪ଟାରେ ଠାକୁରଙ୍କ ମଙ୍ଗଳ ଆଳତି ସରିଲା । ଅବକାଶ ପୂଜା ୪ଟା ୩୫ ମିନିଟ୍‌ରେ ସରି ୪ଟା ୪୦ ମିନିଟ୍‌ରେ ଦଶଅବତାର ଦିଅଁ ବାହୁଡ଼ା ବିଜେ କରିଥିଲେ । ୫ଟା୧୫ମିନିଟ୍‌ରେ ଅଣସର ତାଟି ଫିଟିଲା । ସାଢେ ୬ଟାରେ ସମ୍ପନ୍ନ ହେଲା ନେତ୍ରୋତ୍ସବ ବନ୍ଦାପନା । ଏହାପରେ ଅନ୍ୟାନ୍ୟ ନୀତି ହୋଇ ସକାଳ ଧୂପ ସରିଲା ୧୦ଟା ୨୦ମିନିଟ୍‌ରେ । ଇତି ମଧ୍ୟରେ ଧାର୍ଯ୍ୟ ସମୟର ୧ ଘଣ୍ଟା ପୂର୍ବରୁ ୧୦ଟାରେ ରଥ ପ୍ରତିଷ୍ଠା ହେଲା । ପହଣ୍ଡି ମଧ୍ୟ ୨ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା । ମଙ୍ଗଳାର୍ପଣ ୧୧ଟାରେ ସରି ପହଣ୍ଡି ଆରମ୍ଭ ହେଲା ୧୧ଟା ୧୦ମିନିଟ୍‌ରେ । ଅନବସର ପିଣ୍ଡିରୁ ଠାକୁରମାନେ ଧାଡ଼ି ପହଣ୍ଡିରେ ବାହାରିଥିଲେ ।

ଶ୍ରୀମନ୍ଦିର ସାତପାହାଚଠାରେ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଟାହିଆ ଲାଗି ହେଲା । ଘଣ୍ଟ, ଘଣ୍ଟା, କାହାଳୀର ପଟୁଆରରେ ସେବକଙ୍କ ଗହଣରେ ସାତପାହାଚ, ଆନନ୍ଦ ବଜାର ଓ ବାଇଶିପାହାଚ ଦେଇ ଶ୍ରୀଜିଉମାନେ ସିଂହଦ୍ୱାରରେ ପହଞ୍ଚିଥିଲେ । ଠାକୁରଙ୍କୁ ଦେଖିବା କ୍ଷଣି ପ୍ରତୀକ୍ଷାରତ ହଜାର ହଜାର ଭକ୍ତ ହରିବୋଲ ହୁଳହୁଳି ଧ୍ୱନି ଦେଇଥିଲେ । ପ୍ରଥମେ ଶ୍ରୀସୁର୍ଦଶନ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ ହୋଇଥିଲେ । ଶ୍ରୀବଳଭଦ୍ରଙ୍କୁ ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା । ପହଣ୍ଡି ସରିଥିଲା ୨ଟା ୨୦ମିନିଟ୍‌ରେ । ମଦନମୋହନ ବିଜେ ଓ ଗଜପତିଙ୍କ ଛେରାପହଁରା ଦିନ ୪.୪୦ ସୁଦ୍ଧା ସରିଥିଲା । ତୁରନ୍ତ ଘୋଡ଼ା ଯୋଚା ଯାଇଥିଲା ଓ ୪.୫୦ ସୁଦ୍ଧା ରଥ ଟଣା ଆରମ୍ଭ ହୋଇଥିଲା । ପୂର୍ବରାତ୍ରିରୁ ସେନାପଟା ଲାଗି ନୀତି ସାରି ପ୍ରଶାସନ ରଥଟଣା଼ାକୁ ଶୀଘ୍ର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତଥାପି ବିଳମ୍ବ ହୋଇଛି । ଏପରିକି ଅତିକମ୍‌ରେ ତାଳଧ୍ୱଜ ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲଗାଇବାକୁ ପ୍ରୟାସ ହୋଇଥିଲା । ମାତ୍ର ଏହା ସଫଳ ହୋଇପାରିନି ।

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଦଇତାପତିଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ମହାପ୍ରଭୁଙ୍କ ନୀତି ନିର୍ଦ୍ଧାରିତ ସମୟରେ ହୋଇପାରିଛି । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି । ମାତ୍ର ସେମାନଙ୍କୁ ଠାକୁରେ ମନଭରି ଦର୍ଶନ ଦେବା ନିମନ୍ତେ ବଡ଼ଦାଣ୍ଡରେ ଦୁଇଦିନ ଅଟକିବେ । ଶ୍ରଦ୍ଧାଳୁମାନେ ଦୁଇଦିନ ରଥ ଟାଣିବେ ଓ ରଥାରୂଢ଼ ଠାକୁରଙ୍କ ଦର୍ଶନର ବିଶେଷ ଅବସର ମିଳିବ । ଶ୍ରୀକ୍ଷେତ୍ରରେ ଯାହା ହୁଏ ସବୁ ମହାପ୍ରଭୁଙ୍କ ଇଚ୍ଛାରେ ହୁଏ । ତେଣୁ ଏବର୍ଷ ରଥଯାତ୍ରା ଭଲରେ ସମ୍ପନ୍ନ ହେବ ବୋଲି ଆଶା ରହିଛି ।

Ads Free Live | ପୁରୀରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ର ସିଧାପ୍ରସାରଣ | Non Stop Coverage | Prameya Odia 

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.