ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଭିନ୍ନକ୍ଷମ ହୋଇ ଜନ୍ମ ହୋଇଥିଲେ, କାଳିଆ ସାଆନ୍ତ ପାଇଁ ନୂଆ ଜୀବନ ପାଇଲେ...

ନୀଳଗିରି, ୭/୭: କଥାରେ ଅଛି ରଖେ ହରି ତ ମାରେ କିଏ । ହସ୍ପିଟାଲରେ ଫିଡ୍ସରେ ହାତ ଗୋଡ଼ ବଙ୍କା ହୋଇ ଚେତାଶୂନ୍ୟରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ ଜଣେ ଛାତ୍ର । ବାପା, ମାଆ ଏକମାତ୍ର ପୁଅର ଆଶା ମଧ୍ୟ ଛାଡ଼ି ଦେଇଥିଲେ । ହେଲେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମହାପ୍ରଭୁଙ୍କ ଧଣ୍ଡା ଶରୀର ସ୍ପର୍ଶ ଜଣେ ଛାତ୍ରଙ୍କୁ ନୂଆ ଜୀବନ ଦେଇଛି । ମାନସିକ ପୂରଣ ପାଇଁ   ଛାତ୍ର ଜଣକ ରଥଦାଣ୍ଡରେ ଦଣ୍ଡ ମାରି ମହାପ୍ରଭୁଙ୍କ ସରଣ ପଶିଛନ୍ତି । 

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା କାଲାଡାହି ଗ୍ରାମର ହରିଶ୍ଚନ୍ଦ୍ର ମହାନ୍ତି ଓ ସୁସଂଗୀତାଙ୍କର ଏକମାତ୍ର ପୁଅ ଉଦିତ୍ ନାରାୟଣ । ଉଦିତ୍ ୮ ବର୍ଷର ହୋଇଥିବା ବେଳେ ଫିଡ୍ସ ଓ ଜ୍ଵରରେ ପୀଡ଼ିତ ହୋଇ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବହୁ ଦିନଧରି ତାଙ୍କର ଚେତା ଆସିନଥିଲା । ପୁଅର ବଞ୍ଚିବାର ସମ୍ଭାବନା କମ୍ ଥିବା ଡାକ୍ତରଙ୍କଠାରୁ ଏଭଳି କଥା ଶୁଣି ପୁଅ ପାଇଁ ଆଶା ଛାଡ଼ି ଦେଇଥିଲେ ବାପା ମାଆ । ହେଲେ ନୀଳଗିରି ଅଞ୍ଚଳର ଉଦିତ୍‌ର ଆଇ ରାଧାମଣି ନୀଳଗିରି ଜଗନ୍ନାଥ ମନ୍ଦିରକୁ ଯାଇ ମାନସିକ କରିବା ସହ ମହାପ୍ରଭୁଙ୍କ ଧଣ୍ଡାନେଇ ଶଯ୍ୟାରେ ଶୋଇଥିବା ଉଦିତ୍‌ଙ୍କ ଉପରେ ରଖିଥିଲେ । କିଛି ସମୟ ପରେ ଉଦିତ୍ ଡୋଳା ଓଲଟାଇ ହାତଗୋଡ଼ ହଲାଇବା ପରେ ଏହା ଦେଖି ଡାକ୍ତର ମଧ୍ୟ ଅବାକ୍ ହୋଇଯାଇଥିଲେ । ପରେ ଉଦିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ତାଙ୍କ ଗୋଡ଼ ସାମାନ୍ୟ ବଙ୍କା ହୋଇଯାଇଥିଲା । ବର୍ତ୍ତମାନ ସେ ଡିପ୍ଲୋମା କରୁଛନ୍ତି । 

ଆଜି ପବିତ୍ର ରଥଯାତ୍ରା ପାଇଁ ନୀଳଗିରି ଚଳଚଞ୍ଚଳ ହୋଇ ଉଠିଥିଲା । ଉଦିତ୍ ଶିବ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଦଣ୍ଡ ମାରି ମହାପ୍ରଭୁଙ୍କ ଶରଣରେ ଆଶିଷ କାମନା କରିଛନ୍ତି । ତେବେ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଏବେ ପାଠ ପଢ଼ୁଥିବା ବେଳେ ମହାପ୍ରଭୁ ତାଙ୍କ ପୁଅକୁ ନୂଆ ଜୀବନ ଦେଇଥିବା କହିଛନ୍ତି ଉଦିତ୍‌ର ବାପା ମାଆ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.